November 16, 2025

ଦିବଂଗତ ଓମାନ୍‌ ସୁଲ୍‌ତାନ୍‌ଙ୍କୁ ସମ୍ମାନ: ୧୩ରେ ରାଷ୍ଟ୍ରୀୟ ଶୋକ ପାଳିବ ଭାରତ

ନୂଆଦିଲ୍ଲୀ,୧୨/୧: ଓମାନ୍‌ ସୁଲ୍‌ତାନ୍‌ କ୍ୱାବୁସ୍‌ ବିନ୍‌ ଅଲ୍‌ ସୈଦ୍‌ଙ୍କର ବିୟୋଗ ଯୋଗୁଁ ଭାରତ ସରକାର ସୋମବାର ଦିନକ ପାଇଁ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି। ଏ ନେଇ ରବିବାର ଦିନ ଗୃହମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନାନୁଯାୟୀ, ଗତ ୧୦ ତାରିଖରେ ୭୯ ବର୍ଷ ବୟସରେ ଓମାନ୍‌ ସୁଲ୍‌ତାନ୍‌ କ୍ୱାବୁସ୍‌ ବିନ୍‌ ଅଲ୍‌ ସୈଦ୍‌ଙ୍କର ଦେହାନ୍ତ ହୋଇଛି। ତେବେ ଦିବଂଗତ ସୁଲ୍‌ତାନଙ୍କ ସମ୍ମାନାର୍ଥେ ୧୩ ତାରିଖରେ ସମଗ୍ର ଭାରତରେ ରାଷ୍ଟ୍ରୀୟ ଶୋକ ପାଳନ କରାଯିବ ବୋଲି ଭାରତ ସରକାର ନିଷ୍ପତ୍ତି ନେଇଛନ୍ତି। ଏହି ଅବସରରେ ସମଗ୍ର ଦେଶରେ ଜାତୀୟ ପତାକା ଅର୍ଦ୍ଧଉନ୍ମିଳିତ ହୋଇ ରହିବ। ଏ ସଂକ୍ରାନ୍ତରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଗୃହ ମନ୍ତ୍ରାଳୟ ବାର୍ତ୍ତା ପଠାଇଛି।

Spread the love