January 21, 2025

କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ: ୮ ମୃତ

ମୁମ୍ବାଇ,୧୨/୧: ମହାରାଷ୍ଟ୍ରର ପାଲଘର ଜିଲ୍ଲା ବୋଇସାର୍‌ଠାରେ ଥିବା ଏକ କେମିକାଲ ଫ୍ୟାକ୍ଟ୍ରିରେ ଶନିବାର ସନ୍ଧ୍ୟାରେ ଏକ ବଡ଼ ଧରଣର ବିସ୍ଫୋରଣ ଘଟିଛି। ଏଥିରେ ୮ ଜଣଙ୍କର ମୃତ୍ଯୁ ହୋଇଥିବାବେଳେ ଅନେକ ଆହତ ହୋଇଛନ୍ତି। ମୁମ୍ବାଇଠାରୁ ଏହି ସ୍ଥାନ ମାତ୍ର ୧୦୦ କିଲୋମିଟର ଦୂରରେ ଥିବାବେଳେ ମହାରାଷ୍ଟ୍ର ଇଣ୍ଡଷ୍ଟ୍ରିଆଲ ଡେଭଲପମେଣ୍ଟ କର୍ପୋରେସନ୍‌ ଅଞ୍ଚଳର କୋଲୱାଡେ ଗାଁ ନିକଟବର୍ତ୍ତୀ ବୋଲି ଜଣାପଡ଼ିଛି। ସନ୍ଧ୍ୟାରେ କିଛି ରାସାୟନିକ ଦ୍ରବ୍ୟର ପରୀକ୍ଷା କରାଯିବା ସମୟରେ ଏହି ବିସ୍ଫୋରଣ ଘଟିଥିଲା। ଏହି ବିସ୍ଫୋରଣର ଶବ୍ଦ ପ୍ରାୟ ୧୫ କିଲୋମିଟର ଯାଏ ଶୁଣିବାକୁ ମିଳିଥିବାବେଳେ ନିକଟବର୍ତ୍ତୀ ଅଞ୍ଚଳରେ ଝରକା କାଚ ଭାଙ୍ଗିଯାଇଥିବା ଜଣାପଡ଼ିଛି। ତେବେ ୮ ଜଣ ଏହି ଅଘଟଣରେ ପ୍ରାଣ ହରାଇଥିବାବେଳେ ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବିସ୍ଫୋରଣ ପରେ ଲାଗିଥିବା ନିଆଁକୁ ଆୟତ୍ତ କରାଯାଇଛି।

Spread the love