May 13, 2025

ଓମାନର ସୁଲତାନ କାବୁସ ବିନ୍ ସଇଦଙ୍କ ବିୟୋଗ: ୩ ଦିନ ରାଷ୍ଟ୍ରୀୟ ଶୋକ

ମସ୍କଟ,୧୧/୧: ଓମାନର ସୁଲତାନ କାବୁସ ବିନ୍ ସଇଦଙ୍କ ୭୯ବର୍ଷ ବୟସରେ ପରଲୋକ ହୋଇଯାଇଛି। ଓମାନ ମିଡିଆର ସୂଚନାନୁଯାୟୀ ଶୁକ୍ରବାର ତାଙ୍କର ମୃତ୍ୟୁ ହୋଇଛି। ସୁଲତାନଙ୍କ ପରଲୋକରେ ଦେଶରେ ୩ ଦିନ ପାଇଁ ରାଷ୍ଟ୍ରୀୟ ଶୋକ ଘୋଷଣା କରାଯାଇଛି। ତେବେ ଅଦ୍ୟାବଧି ତାଙ୍କ ମୃତ୍ୟୁର କାରଣ ଜଣାପଡିନାହିଁ। ସୁଲତାନ କାବୁସ ୧୯୭୦ରୁ ଏହି ପଦବୀରେ ରହିଥିଲେ। ତାଙ୍କ ମୃତ୍ଯୁରେ ରୟାଲ କୋର୍ଟ ଦିବାନ ଶୋକ ସନ୍ଦେଶ ଜାରି କରିଛନ୍ତି। ଏଥିରେ ୧୪ତମ ଜୁମାଦା ଅଲ-ଉଲା ସୁଲତାନ କାବୁସ ବିନ ସୈଦଙ୍କର ଶୁକ୍ରବାର ଦିନ ପରଲୋକ ଘଟିଥିବା ଉଲ୍ଲେଖ କରାଯାଇଛି।

Spread the love