January 16, 2025

ଟି-୨୦ ସିରିଜ୍ ଜିତିଲା ଟିମ୍ ଇଣ୍ଡିଆ

ପୁନେ,୧୧/୧: ଭାରତୀୟ ବୋଲର ଓ ବ୍ୟାଟ୍‌ସମ୍ୟାନ୍‌ଙ୍କ ଦମଦାର ପ୍ରଦର୍ଶନ ବଳରେ ଘରୋଇ ମାଟିରେ ଆଉ ଏକ ସିରିଜ୍ ଜିତି ବିରାଟବାହିନୀ ନୂଆବର୍ଷରେ ଜବରଦସ୍ତ ଆରମ୍ଭ କରିଛି। ଶ୍ରୀଲଙ୍କା ବିପକ୍ଷ ତୃତୀୟ ତଥା ଅନ୍ତିମ ଟି-୨୦ ମ୍ୟାଚରେ ଟିମ୍ ଇଣ୍ଡିଆ ୭୮ ରନରେ ବିଜୟୀ ହୋଇଛି। ଏଥିସହ ତିନିମ୍ୟାଚ୍ ବିଶିଷ୍ଟ ଏହି ସିରିଜକୁ ଭାରତ ୨-୦ରେ ଜିତିନେଇଛି। ସିରିଜର ପ୍ରଥମ ମ୍ୟାଚ୍ ବର୍ଷା ଯୋଗୁ ବାତିଲ ହୋଇଥିବାବେଳେ ଦ୍ୱିତୀୟ ଟି-୨୦ରେ ଭାରତ ୬ ୱିକେଟରେ ବିଜୟୀ ହୋଇଥିଲା। ଏହି ନିର୍ଣ୍ଣାୟକ ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୬ ୱିକେଟ୍ ହରାଇ ୨୦୧ ରନ୍ କରିଥିଲା। ଜବାବରେ ଶ୍ରୀଲଙ୍କା ଦଳ ଭାରତୀୟ ବୋଲରଙ୍କୁ ସାମନା କରିନପାରି ୧୫.୫ ଓଭରରେ ୧୨୩ ରନରେ ସୀମିତ ରହିଥିଲା। ଏହି ମ୍ୟାଚରେ ଭାରତର ଦୁଇ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଶିଖର ଧୱନ୍ ଓ ଲୋକେଶ ରାହୁଲ ଆରମ୍ଭରୁ ହିଁ ଶ୍ରୀଲଙ୍କା ବୋଲରଙ୍କୁ ଆକ୍ରମଣ କରିଥିଲେ। ଦୁହେଁ ୩୦ ବଲରେ ୫୦ ରନ୍ ପୂରଣ କରିଥିଲେ।  ତେବେ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୬ଟି ଓ୍ଵିକେଟ୍‌ ହରାଇ ୨୦୧ ରନ୍‌ କରିଥିଲା। ଭାରତ ଇନିଂସରେ ଓପନର ଲୋକେଶ ରାହୁଲ ୫୪ ରନ୍‌, ଶିଖର ଧାଓ୍ଵନ ୫୨ ରନ୍‌, ସାମସନ୍‌ ୨ଟି ବଲରେ ୬ ରନ୍‌ ଏବଂ ଅଧିନାୟକ ବିରାଟ କୋହଲି ୧୭ଟି ବଲରେ ୨୬ ରନ୍‌ ସଂଗ୍ରହ କରିଥିଲେ। ତେବେ ଭାରତୀୟ ବୋଲରଙ୍କ ସମ୍ମୁଖରେ ଶ୍ରୀଲଙ୍କାର ବ୍ୟାଟସ୍‌ମ୍ୟାନ୍‌ମାନେ ତିଷ୍ଠି ପାରି ନଥିଲେ। ଶ୍ରୀଲଙ୍କା ୧୫.୫ ଓଭରରେ ସମସ୍ତ ଓ୍ଵିକେଟ୍‌ ହରାଇ ୧୨୩ ରନ କରିବାକୁ ସକ୍ଷମ ହୋଇଥିଲା।

Spread the love