July 27, 2024

Satya News

odia news channel

ଟ୍ରକ୍‌ ସହ ଧକ୍କା ହୋଇ ଜଳିଗଲା ବସ୍‌: ୨୦ ମୃତ

ଲକ୍ଷ୍ନୌ,୧୧/୧: ଉତ୍ତରପ୍ରଦେଶର କନ୍ନୌଜଠାରେ ଶୁକ୍ରବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାତି ପ୍ରାୟ ୯ଟା ୩୦ ବେଳକୁ ଘିନୋଇଠାରେ ଗୋଟିଏ ଟ୍ରକ୍‌ ସହ ଧକ୍କା ହେବା ପରେ ଏକ ଚଳନ୍ତା ବସ୍‌ରେ ନିଆଁ ଲାଗିଯିବାରୁ ଅନ୍ୟୂନ ୨୦ ଜଣଙ୍କ ମୃତ୍ୟୁ ହୋଇଛି। ବସ୍‌ରେ ୫୦ ଜଣ ଯାତ୍ରୀ ରହିଥିବାରୁ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ରହିଛି। ଏହି ଡବଲ୍‌ ଡେକ୍‌ ବସ୍‌ଟି ଟ୍ରକ୍‌ ସହ ମୁହାଁମୁହିଁ ଧକ୍କା ହେବାରୁ ଏଥିରେ ନିଆଁ ଲାଗିଯାଇଥିଲା। ଫଳରେ ପ୍ରାୟ ୫୦ ଜଣ ଜଳନ୍ତା ବସ୍ ଭିତରେ ଫଶିରହିଥିଲେ। ଅଗ୍ନିଶମ ବାହିନୀ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ମୃତକଙ୍କ ବାସ୍ତବ ସଂଖ୍ୟା ଏଯାଏ ସ୍ପଷ୍ଟ ହୋଇପାରିନାହିଁ। ଏହି ବସ୍‌ଟି କନ୍ନୌଜର ଗୁରୁସାଇଗଞ୍ଜରୁ ଜୟପୁର ଯାଉଥିଲା। ଏହି ଘଟଣାପରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆହତଙ୍କ ସମସ୍ତ ଚିକିତ୍ସା ବ୍ୟବସ୍ଥା ଗ୍ରହଣ କରିବା ସହ ସେମାନଙ୍କୁ ଘରେ ପହଞ୍ଚିବା ବ୍ୟବସ୍ଥା କରାଇବାକୁ କହିଛନ୍ତି।

Spread the love