March 11, 2026

ତୁର୍କୀରେ ଭୂକମ୍ପ, ୧୮ମୃତ

ଅଙ୍କାରା,୨୫/୧: ପୂର୍ବ ତୁର୍କୀରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଛି। ଏହି ଭୂମିକମ୍ପ ଯୋଗୁଁ ଲାଜିକ୍ ପ୍ରୋଭିନ୍ସ ହୋହଲି ଯାଇଛି। ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୬.୮ ଥିବା ରେକର୍ଡ଼ କରାଯାଇଛି। ଏଥିରେ୧୮ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୦୦ରୁ ଊର୍ଦ୍ଧ୍ୱ ଆହତ ହୋଇଥିବା ସୂଚନା ମିଳିଛି। ସୂଚନାନୁଯାୟୀ, ଶୁକ୍ରବାର ସନ୍ଧ୍ୟା ପ୍ରାୟ ୮ଟା ୫୫ରେ ଏହି ଭୂମିକମ୍ପ ଅନୁଭୂତ ହୋଇଥିଲା। ମାତ୍ର କିଛି ସମୟ ଭିତରେ ୧୫ ଥର ଭୁକମ୍ପର ଝଟକା ଅନୁଭୂତ ହୋଇଥିଲା। ଫଳରେ ଅନେକ କୋଠା ଭୁଶୁଡି ପଡିଛି। ତେବେ ଅନେକ ଗୁରୁତର ଥିବାରୁ ମୃତ୍ୟୁସଂଖ୍ୟା ବଢିବା ଅନୁମାନ କରାଯାଉଛି। ଭୂକମ୍ପ ପୀଡିତମାନଙ୍କୁ ଉଦ୍ଧାର କରାଯାଇ ସ୍ପୋର୍ଟ୍ସ ସେଣ୍ଟର, ଗେଷ୍ଟ ହାଉସ ଓ ସ୍କୁଲ ଭଳି ସ୍ଥାନରେ ରଖାଯାଇଛି।

Spread the love