March 28, 2025

ଅବନ୍ତିପୁରାରେ ୨ ଆତଙ୍କୀ ନିପାତ

ଶ୍ରୀନଗର,୨୬/୧: ଜମ୍ମୁ-କଶ୍ମୀର ପୁଲଓ୍ୱାମା ଜିଲ୍ଲାର ଅବନ୍ତିପୁରାରେ ଦୁଇ ଆତଙ୍କବାଦୀଙ୍କୁ ସେନା ନିପାତ କରିଛି। ଶନିବାର ସକାଳଠୁ ଆତଙ୍କବାଦୀ ଏବଂ ସେନା ମଧ୍ୟରେ ଗୁଳି ବିନିମିୟ ଜାରି ରହିଥିବାବେଳେ ଏହି କାର୍ଯ୍ୟାନୁଷ୍ଠାନରେ ସେନା, ଏସଓଜି ଏବଂ ସିଆରପିଏଫର ମିଳିତ ଟିମ୍ ସାମିଲ ହୋଇଛନ୍ତି। ସୂଚନାଯୋଗ୍ୟ, ପୁଲଓ୍ୱାମାର ଅବନ୍ତିପୁରାରେ ଗତ ତିନିଦିନ ହେବ ଆତଙ୍କବାଦୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ବଡ଼ଧରଣର ସର୍ଚ୍ଚ ଅପରେଶନ ଆରମ୍ଭ ହୋଇଛି। ଶନିବାର ଦୁଇ ଆତଙ୍କବାଦୀ ନିପାତ ହୋଇଛନ୍ତି। ଏହି ଅପରେଶନରେ ରାଷ୍ଟ୍ରୀୟ ରାଇଫଲସ, ଜମ୍ମୁ-କଶ୍ମୀର ପୋଲିସ ଏବଂ ସିଆରପିଏଫ ଯବାନ ନିୟୋଜିତ ଥିଲେ। ଆତଙ୍କବାଦୀ ସଂଗଠନ ଜେଇଏମର ଟପ କମାଣ୍ଡର ସମେତ ତିନି ଆତଙ୍କବାଦୀ ଏଠାରେ ଲୁଚିଥିବା ସନ୍ଦେହ କରାଯାଉଛି।

Spread the love