February 14, 2026

ଦଶମ ଶ୍ରେଣୀ ପିଲା ପଢିବେ ସଡ଼କ ସୁରକ୍ଷା ପାଠ

ଭୁବନେଶ୍ୱର,୩୦/୧: ଏଣିକି ଦଶମ ଶ୍ରେଣୀ ପିଲା ପଢିବେ ସଡ଼କ ସୁରକ୍ଷା ପାଠ। ରାସ୍ତାରେ ଯାତାୟାତ ପାଇଁ କ’ଣ ନିୟମ ରହିଛି, କେମିତି ଘଟିବନି ଦୁର୍ଘଟଣା ସେ ବାବଦରେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ପାଠ ପଢିବେ। ଆଗାମୀ ଶିକ୍ଷାବର୍ଷରୁ ଦଶମ ଶ୍ରେଣୀ ପାଠ୍ୟକ୍ରମରେ ସଡ଼କ ସୁରକ୍ଷା ବିଷୟବସ୍ତୁ ସ୍ଥାନୀତ ହେବାନେଇ ଧାର୍ଯ୍ୟ ହୋଇଥିବାବେଳେ ବିଷୟବସ୍ତୁ କେମିତି ରହିବ ସେନେଇ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେବ ବୋଲି ଜଣାପଡିଛି। ଏ ନେଇ ବୁଧବାର ପରିବହନ କମିଶନର ସଂଜୀବ ପଣ୍ଡା ସୂଚନା ଦେଇଛନ୍ତି। ଏଥିସହ ରାମେଶ୍ୱରରୁ ଚଣ୍ଡିଖୋଲ ଯାଏ ଜାତୀୀୟ ରାଜପଥରେ ସିସିଟିଭି ଲାଗିବ ବୋଲି ସେ ପ୍ରକାଶ କରିଛନ୍ତି। ଉକ୍ତ ରାସ୍ତାରେ ନିର୍ଦ୍ଧାରିତ ବେଗଠାରୁ ଅଧିକ ବେଗରେ ଗାଡ଼ି ଚଳାଉଥିବା, ହେଲମେଟ ନପିନ୍ଧିଥିବା ଏବଂ ଟ୍ରାଫିକ ନିୟମ ଉଲ୍ଲଙ୍ଘନ କରୁଥିବା ବ୍ୟକ୍ତିଙ୍କର କମ୍ପ୍ୟୁଟର ମାଧ୍ୟମରେ ଅଟୋମେଟିକ ଚାଲାଣ କଟାଯିବ। ଏହାକୁ ପାଇଲଟ ପ୍ରକଳ୍ପ ଭାବେ କରାଯାଉଥିବା ପରିବହନ କମିଶନର ପ୍ରକାଶ କରିଛନ୍ତି। ସେହିପରି ଗତ ୪ ମାସରେ ପୁଲିସ ପକ୍ଷରୁ ୧୦ ହଜାର ମଦୁଆ ଡ୍ରାଇଭରଙ୍କୁ ଧରାଯାଇଥିବାବେଳେ ଆରଟିଓ ହାତରେ ୧ ହଜାର ମଦୁଆ ଓ ଡ୍ରାଇଭର ଧରାପଡ଼ିଛନ୍ତି।

Spread the love