July 27, 2024

Satya News

odia news channel

ଭାଙ୍ଗିଲା ଲିଙ୍ଗରାଜ ମନ୍ଦିରର ଟ୍ରଷ୍ଟ ବୋର୍ଡ

ଭୁବନେଶ୍ୱର୩୦/୧: ଲିଙ୍ଗରାଜ ମନ୍ଦିରର ପୁରୁଣା ଟ୍ରଷ୍ଟ ବୋର୍ଡକୁ ଭାଙ୍ଗି ବୁଧବାର ମଧ୍ୟବର୍ତ୍ତୀକାଳୀନ ଟ୍ରଷ୍ଟ ବୋର୍ଡ ଗଠନ କରାଯାଇଛି। ଏହି ଟ୍ରଷ୍ଟ ବୋର୍ଡକୁ ଦେବୋତ୍ତର କମିସନ ଗଠନ କରିଥିବା ଜଣାପଡ଼ିଛି। ନୂତନ ଟ୍ରଷ୍ଟ ବୋର୍ଡରେ ଖୋର୍ଦ୍ଧା ଜିଲ୍ଲାପାଳ ଅଧ୍ୟକ୍ଷ ରହିବେ ବୋଲି ଜଣାପଡିଥିବାବେଳେ ଏଥିରେ ୩ ନିଯୋଗର ପ୍ରତିନିଧିଙ୍କୁ ସାମିଲ କରାଯାଇଛି। ଏହି ମଧ୍ୟବର୍ତ୍ତୀକାଳୀନ ଟ୍ରଷ୍ଟ ବୋର୍ଡର କାର୍ଯ୍ୟକାଳ ୧ ବର୍ଷ ରହିବ। ପୁରୁଣା ଟ୍ରଷ୍ଟ ବୋର୍ଡର କିଛି ସଭ୍ୟଙ୍କ ବିରୋଧରେ ଅଭିଯୋଗ ଥିବାରୁ ଏହାକୁ ଭଙ୍ଗାଯାଇଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ, କିଛି ସଭ୍ୟଙ୍କ ବିରୋଧରେ ଲିଙ୍ଗରାଜଙ୍କ ଜମି ବିକିଥିବା ଓ ବେଆଇନ ଜବରଦାଖଲ କରିଥିବା ନେଇ ଅଭିଯୋଗ ହୋଇଥିଲା।

Spread the love