July 1, 2025

ମାଲେସିଆରେ କରୋନା ଭାଇରସ୍‌ ଆକ୍ରାନ୍ତ ତ୍ରିପୁରାର ଯୁବକଙ୍କ ମୃତ୍ୟୁ!

ନୂଆଦିଲ୍ଲୀ,୩୧/୧: ତ୍ରିପୁରାର ଜଣେ ୨୨ ବର୍ଷିୟ ଯୁବକ କରୋନା ଭାଇରସ୍‌ ଦ୍ୱାରା ଆକ୍ରାନ୍ତ ହୋଇ ମାଲେସିଆରେ ପ୍ରାଣ ହରାଇଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରୁଛନ୍ତି। ମୃତକ ଜଣକ ହେଲେ ମନିର ହୁସେନ୍‌। କରୋନା ଭାଇରସ୍‌ ଦ୍ୱାରା ଆକ୍ରାନ୍ତ ହୋଇ ସେ ମାଲେସିଆର ଏକ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବାବେଳେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିବା ବିଶାଳଗଡ଼ନିବାସୀ ତାଙ୍କ ବାପା ଶାହାଜାନ୍‌ ମିଆ କହିଛନ୍ତି। ଶାହାଜାନ୍‌ଙ୍କ ସୂଚନାନୁଯାୟୀ, ୨୦୧୮ରୁ ମନିର ମାଲେସିଆର ଗୋଟାଏ ରେସ୍ତୋଁରାରେ କାମ କରୁଥିଲେ। ମାତ୍ର ରେସ୍ତୋରାଁ କର୍ମଚାରୀମାନେ ବୁଧବାର ଫୋନ୍‌ କରି କରୋନା ଭାଇରସ୍‌ ଯୋଗୁଁ ମନିରଙ୍କର ଡାକ୍ତରଖାନାରେ ମୃତ୍ୟୁ ଘଟିଥିବା ପ୍ରକାଶ କରିଥିଲେ। ଅନ୍ୟପକ୍ଷରେ ରାଜ୍ୟ ସରକାରଙ୍କ ସହଯୋଗରେ ମନିରଙ୍କ ଶବ ଆଣିବାକୁ ପରିବାର ଲୋକେ ଉଦ୍ୟମ କରୁଥିବା ପ୍ରକାଶ କରିଥିବାବେଳେ ତ୍ରିପୁରା ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ରାଧାଦେବ ବର୍ମା ଘଟଣା ସଂକ୍ରାନ୍ତରେ ସରକାର କୌଣସି ସୂଚନା ପାଇନଥିବା କହିଛନ୍ତି।

Spread the love