ଭୁବନେଶ୍ୱର,୧/୨: ଏଣିକି ନାଗରିକର ମୌଳିକ କର୍ତ୍ତବ୍ୟ ବିଷୟରେ ସଚେତନ କରିବେ ରାଜ୍ୟ ସରକାର। ବିଦ୍ୟାଳୟସ୍ତରରେ ଛାତ୍ରଛାତ୍ରୀଙ୍କୁ ସମ୍ବିଧାନର ପାଠ ପଢ଼ାଯିବ। ସମ୍ବିଧାନର ୭୦ବର୍ଷ ପୂର୍ତ୍ତି ଅବସରରେ କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ ରାଜ୍ୟ ଗଣଶିକ୍ଷା ବିଭାଗ କାର୍ଯ୍ୟକାରୀ କରିବାକୁ ଯାଉଛି। ବିଭିନ୍ନ ଆଲୋଚନା ଓ ପର୍ଯ୍ୟାଲୋଚନା ପରେ ଏ ନେଇ ବାର୍ଷିକ ପାଠ୍ୟ ଖସଡ଼ା ପ୍ରସ୍ତୁତ କରାଯାଇଛି। ୨୬ ନଭେମ୍ବର ୨୦୨୦ ମଧ୍ୟରେ ସମସ୍ତ ଶିକ୍ଷାନୁଷ୍ଠାନରେ ବିଭିନ୍ନ ସଚେତନକା କାର୍ଯ୍ୟକ୍ରମ କରିବାକୁ ଯୋଜନା ମଧ୍ୟ କରାଯାଇଛି। ଓପେପାର ପ୍ରକଳ୍ପ ନିର୍ଦ୍ଦେଶକ ଏ ସମ୍ପର୍କରେ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି। ମୌଳିକ ଅଧିକାର ଭଳି ନାଗରିକମାନେ ମୌଳିକ କର୍ତ୍ତବ୍ୟ ବିଷୟରେ ଜାଣିବା ଏକାନ୍ତ ଆବଶ୍ୟକ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍