September 15, 2025

ଆଜି ନିର୍ଭୟା ଦୋଷୀଙ୍କ ଫାଶୀଦଣ୍ଡ ସମ୍ପର୍କରେ ଦିଲ୍ଲୀ ହାଇକୋର୍ଟଙ୍କ ଫୈସଲା

ନୂଆଦିଲ୍ଲୀ,୫/୨: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ୪ ଦୋଷୀଙ୍କ ଫାଶୀଦଣ୍ଡ ଉପରେ ରହିତାଦେଶ ପାଇଁ ଆବେଦନକୁ ଚାଲେଞ୍ଜ୍ କରି କେନ୍ଦ୍ର ପକ୍ଷରୁ ଦାଖଲ ହୋଇଥିବା ପିଟିସନ୍ ଉପରେ ଦିଲ୍ଲୀ ହାଇକୋର୍ଟ ବୁଧବାର ଫୈସଲା ଶୁଣାଇବେ। ବିଚାରପତି ଜଷ୍ଟିସ୍ ସୁରେଶ କୈଟ ଗତ ଶନିବାର ଓ ରବିବାର ଏହା ଉପରେ ଶୁଣାଣି କରିବା ପରେ ରାୟ ସଂରକ୍ଷିତ ରଖିଥିଲେ। ଗତ ଜାନୁଆରୀ ୩୧ରେ ନିମ୍ନ ଅଦାଲତ ୪ ଦୋଷୀ ମୁକେଶ କୁମାର ସିଂହ (୩୨), ପବନ ଗୁପ୍ତା (୨୫), ବିନୟ କୁମାର ଶର୍ମା (୨୬) ଓ ଅକ୍ଷୟ କୁମାର ସିଂହ (୩୧)ଙ୍କ ଫାଶୀଦଣ୍ଡ ଉପରେ ରହିତାଦେଶ ଜାରି କରିଥିଲେ। ଏହାକୁ କେନ୍ଦ୍ର ଓ ଦିଲ୍ଲୀ ସରକାର ହାଇକୋର୍ଟରେ ଚାଲେଞ୍ଜ୍ କରିଛନ୍ତି। ସେମାନଙ୍କୁ ଫେବୃଆରୀ ୧ ସକାଳ ୬ରେ ତିହାର ଜେଲ୍‌ରେ ଫାଶୀ ଦିଆଯିବା ଲାଗି ପୁନର୍ବାର ଡେଥ୍ ୱାରେଣ୍ଟ ଜାରି ହୋଇଥିଲା। ଏହି ପରିପ୍ରେକ୍ଷୀରେ ନିର୍ଭୟାଙ୍କ ପିତାମାତା କେନ୍ଦ୍ରର ଆବେଦନ ଉପରେ ତୁରନ୍ତ ରାୟ ପ୍ରଦାନ ଲାଗି ହାଇକୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।

ଏହି ଖବର ବି ପଢ଼ନ୍ତୁ… ଲାଇକ ଓ ଶେୟାର କରନ୍ତୁ ।

https://khabardata.com/kashmir-continues-to-suffer-zaira-wasim/

Spread the love