December 7, 2025

ନିର୍ଭୟା ମାମଲା: ଦୋଷୀଙ୍କୁ ୭ ଦିନିଆ ମହଲତ, ପୃଥକ ପୃଥକ ଫାଶୀ ପିଟିସନ ଖାରଜ

ନୂଆଦିଲ୍ଲୀ,୫/୨: ୨୦୧୨ ନିର୍ଭୟା ଦୁଷ୍କର୍ମ ମାମଲାର ଦୋଷୀଙ୍କୁ ପୃଥକ ପୃଥକ ଫାଶୀ ଦେବା ପାଇଁ କେନ୍ଦ୍ର ସରକାର ଓ ଦିଲ୍ଲୀ ପୋଲିସ କରିଥିବା ଆବେଦନକୁ ବୁଧବାର ଦିଲ୍ଲୀ ହାଇକୋର୍ଟ ଖାରଜ କରିଦେଇଛନ୍ତି। ଏହି ଆବେଦନର ଶୁଣାଣି କରି କୋର୍ଟ ରବିବାର ରାୟ ସଂରକ୍ଷିତ ରଖିଥିଲେ। ଦିଲ୍ଲୀ ହାଇକୋର୍ଟ ଉକ୍ତ ମାମଲାର ରାୟରେ ଦୋଷୀମାନଙ୍କୁ ଗୋଟିଏ ସପ୍ତାହ ମହଲତ ଦେବା ସହ ସେହି ଅବଧି ମଧ୍ୟରେ ଆଇନର ସମସ୍ତ ପ୍ରକ୍ରିୟା ଶେଷ କରିବା ଆବଶ୍ୟକ ବୋଲି କହିଛନ୍ତି। ଏଥିସହ ଆଗାମୀ ଦିନରେ ୪ ଦୋଷୀଙ୍କୁ ଏକା ସାଙ୍ଗରେ ଫାଶୀ ଖୁଣ୍ଟରେ ଝୁଲାଯିବ ଏବଂ ଏଥିପାଇଁ ଅଲଗା ଅଲଗା ଡେଥ୍ ଓ୍ୱାରେଣ୍ଟ ଜାରି କରିହେବନି ବୋଲି କୋର୍ଟ ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, କେନ୍ଦ୍ର ସରକାର ଦୋଷୀଙ୍କ ବିରୋଧରେ ଆବେଦନ କରି ୪ ଦୋଷୀ ଆଇନର ଗଳାବାଟକୁ ଆଧାର କରି ଫାଶୀ ଦଣ୍ଡାଦେଶକୁ ବିଳମ୍ବିତ କରୁଥିବା ଅଭିଯୋଗ କରିଥିଲେ। ଦୋଷୀମାନଙ୍କର ରାଜକ୍ଷମା ଆବେଦନ ଖାରଜ ହୋଇଯାଇଥିବାରୁ ସେମାନଙ୍କୁ ତୁରନ୍ତୁ ଫାଶୀଖୁଣ୍ଟରେ ଝୁଲାଯାଉ ବୋଲି ଆବେଦନରେ ଦର୍ଶାଇଥିଲେ। ଜଣଙ୍କର ଆବେଦନ ବାକି ରହିଥିବାରୁ ଅନ୍ୟ ତିନିଜଣଙ୍କୁ ଏକାସାଙ୍ଗରେ ଫାଶୀ ଦେବାପାଇଁ କେନ୍ଦ୍ର ଆବେଦନ କରିଥିଲା।

Spread the love