July 27, 2024

Satya News

odia news channel

ଚୀନ୍‌ରେ ୫୦୦ ଛୁଇଁବ କରୋନା ଭାଇରସ୍ ସଂକ୍ରମଣଜନିତ ମୃତ୍ୟୁସଂଖ୍ୟା

ବେଜିଂ,୬/୨: ଚୀନ୍‌ରେ କରୋନା ଭାଇରସ୍ ସଂକ୍ରମଣ ଯୋଗୁଁ ମୃତ୍ୟୁସଂଖ୍ୟା ଲଗାତାର ବୃଦ୍ଧି ପାଇବାରେ ଲାଗିଛି। ମୃତ୍ୟୁସଂଖ୍ୟା ଅଵ୍ୟଵଧି ୪୯୨ରେ ପହଞ୍ଚି ଥିଲାବେଳେ ତାହା ଖୁବ୍‌ଶୀଘ୍ର ୫୦୦ ଛୁଇଁବ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ଏଥିସହ ସଂକ୍ରମିତଙ୍କ ସଂଖ୍ୟା ୨୪,୪୦୦ରେ ପହଞ୍ଚିଛି। ଚୀନ୍ ବ୍ୟତୀତ ବିଶ୍ୱର ଅନ୍ୟତ୍ର ୧୮୨ ଜଣଙ୍କର କରୋନା ଭାଇରସ୍ ସଂକ୍ରମଣରେ ମୃତ୍ୟୁ ଘଟିଥିବା ରିପୋର୍ଟ ମିଳିଛି। ନୂଆ ସନ୍ଦିଗ୍ଧ ରୋଗୀଙ୍କ ସଂଖ୍ୟା କ୍ରମଶଃ ହ୍ରାସ ପାଉଥିବା ଚୀନ୍‌ର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। କରୋନା ଭାଇରସ୍‌ ସଂକ୍ରମଣ ରୋକିବା ଲାଗି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନକୁ ବିଶ୍ୱର ୭ଟି ଶିଳ୍ପୋନ୍ନତ ଦେଶ(ଜି-୭) ସହଯୋଗ କରିବାକୁ ଆଗେଇ ଆସିଛନ୍ତି। ଇତିମଧ୍ୟରେ ଆମେରିକା କରୋନା ଭାଇରସ୍ ସଂକ୍ରମଣ ରୋକିବା ଲାଗି ଚୀନ୍‌କୁ ଆବଶ୍ୟକ ଔଷଧ ଓ ଅନ୍ୟାନ୍ୟ ସାମଗ୍ରୀ ପଠାଇଛି।

Spread the love