December 7, 2025

ସୁଷମା ସ୍ୱରାଜଙ୍କ ନାମରେ ନାମିତ ହେବ ଦିଲ୍ଲୀର ପ୍ରବାସୀ ଭାରତୀୟ କେନ୍ଦ୍ର

ନୂଆଦିଲ୍ଲୀ.୧୪/୨: ଫେବୃଆରୀ ୧୪ରେ ବିଜେପିର ଦିବଂଗତ ନେତ୍ରୀ ତଥା ପୂର୍ବତନ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ଜୟନ୍ତୀ। ଏହି ଅବସରରେ ବୈଦେଶିକ ମନ୍ତ୍ରାଳୟ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଏକ ଅଭିନବ ପଦକ୍ଷପ ଗ୍ରହଣ କରିଛି। ଦିଲ୍ଲୀର ପ୍ରବାସୀ ଭାରତୀୟ କେନ୍ଦ୍ରର ନାମ ପରିବର୍ତ୍ତନ କରି ସୁଷମା ସ୍ୱରାଜ ଭବନ ଏବଂ ବୈଦେଶିକ ସେବା ସଂସ୍ଥାର ନାମ ସୁଷମା ସ୍ୱରାଜ ବୈଦେଶିକ ସେବା ସଂସ୍ଥାନ କରିବାକୁ ନିଷ୍ପତ୍ତି ନେଇଛି। ବୈଦେଶିକ ମନ୍ତ୍ରାଳୟର ସୂଚନା ଅନୁଯାୟୀ, ଜଣେ ବୈଦେଶିକ ମନ୍ତ୍ରୀ ଭାବରେ ସ୍ୱର୍ଗତ ସ୍ୱରାଜ ଉତ୍ତମ ସେବା କରିଛନ୍ତି। ଏଥିପାଇଁ ତାଙ୍କୁ ସମ୍ମାନିତ କରିବା ଉଦ୍ଦେଶ୍ୟରେ ଏହି ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି। ୧୪ ଫେବୃଆରୀ ୧୯୫୨ରେ ସୁଷମା ସ୍ୱରାଜ ହରିୟାଣାର ଅମ୍ବାଲାଠାରେ ଜନ୍ମଗ୍ରହଣ କରିଥିଲେ। ଗତବର୍ଷ ଅଗଷ୍ଟ ୬ ତାରିଖରେ ୬୭ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଥିଲା।

Spread the love