February 14, 2026

‘କୋଭିଡ-୧୯’ ସଂକ୍ରମଣଜନିତ ମୃତ୍ୟୁସଂଖ୍ୟା ୧୫୦୦ ଛୁଇଁବ

ବେଜିଂ,୧୫/୨: ‘କୋଭିଡ-୧୯’ ବା କରୋନା ଭାଇରସ୍‌ର ସଂକ୍ରମଣରେ ଗୁରୁବାର ୧୧୬ ଜଣଙ୍କ ମୃତ୍ୟୁ ଘଟିବା ଫଳରେ ମୋଟ ମୃତ୍ୟୁସଂଖ୍ୟା ୧୫୦୦ର ନିକଟବର୍ତ୍ତୀ ହୋଇଛି। ୫୦୯୦ କରୋନା ପୀଡ଼ିତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଫଳରେ ଆନ୍ତର୍ଜାତିକସ୍ତରରେ ୬୪,୦୦୦ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଏହି ଭାଇରସରେ ପୀଡ଼ିତ ଓ ରୋଗମୁକ୍ତଙ୍କ ସମ୍ପର୍କିତ ରେକର୍ଡରେ ଗୋଳମାଳ ହୋଇଥିବା ଜଣାପଡ଼ିବା ପରେ ଚୀନ୍ ସ୍ୱାସ୍ଥ୍ୟ କମିଶନ ପକ୍ଷରୁ ପୁନର୍ବାର ପୀଡ଼ିତ, ମୃତକ, ରୋଗମୁକ୍ତଙ୍କ ତାଲିକା ପ୍ରସ୍ତୁତ ଚାଲିଛି। କର୍ତ୍ତବ୍ୟରେ ଅବହେଳା ଅଭିଯୋଗରେ ବହୁ ପଦାଧିକାରୀଙ୍କୁ ଚାକିରି ହରାଇବାକୁ ପଡ଼ିଛି। ବହିଷ୍କୃତ ଅଧିକାରୀଙ୍କ ମଧ୍ୟରେ କମ୍ୟୁନିଷ୍ଟ ପାର୍ଟିର ପ୍ରାଦେଶିକ ମୁଖ୍ୟମାନେ ମଧ୍ୟ ଅଛନ୍ତି। ଚୀନ୍ ବ୍ୟତୀତ ଜାପାନ, ହଂକଂ ଓ ମାଲେସିଆରେ କୋଭିଡ-୧୯ ପୀଡ଼ିତଙ୍କ ସଂଖ୍ୟା ବୃଦ୍ଧି ପାଇବାକୁ ଲାଗିଛି।

Spread the love