May 21, 2024

Satya News

odia news channel

ଭାଲେଣ୍ଟାଇନ୍ସ ଡେ’ରେ ଗର୍ଲଫ୍ରେଣ୍ଡଙ୍କୁ 1200 କୋଟି ଟଙ୍କାର ଉପହାର ଦେଲେ ଆମାଜନ ସିଇଓ ଜେଫ ବେଜୋସ

ଭାଲେଣ୍ଟାଇନ୍ସ ଡେ’ରେ ଗର୍ଲଫ୍ରେଣ୍ଡଙ୍କୁ 1200 କୋଟି ଟଙ୍କାର ଉପହାର ଦେଲେ ଆମାଜନ ସିଇଓ ଜେଫ ବେଜୋସ
ୱାଶିଂଟନ: ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ତଥା ଆମାଜନ ସିଇଓ ଜେଫ ବେଜୋସ ଭାଲେଣ୍ଟାଇନ୍ସ ଡେ ପୂର୍ବରୁ ତାଙ୍କ ଗାର୍ଲଫ୍ରେଣ୍ଡ ଲରେନଙ୍କ ପାଇଁ ଆମେରିକାର ଲସ ଏଞ୍ଜେଲସଠାରେ 12 ଶହ କୋଟି ଟଙ୍କା ଦେଇ ଏକ ଘର କିଣିଛନ୍ତି l 9 ଏକର ବିଶିଷ୍ଟ ଏହି ଜାଗାରେ 2ଟି ଗେଷ୍ଟହାଉସ, ଟେନିସ କୋର୍ଟ, ସୁଇମିଙ୍ଗ ପୁଲ, ମୋଟର କୋର୍ଟ, ସର୍ଭିସ ଗ୍ୟାରେଜ ଆଦି ରହିଛି l ସୂଚନାଯୋଗ୍ୟ ଯେ, ଗତବର୍ଷ ଜେଫ ବେଜୋସ ଓ ତାଙ୍କର ପୂର୍ବପତ୍ନୀ ମେଂକେଜିଙ୍କ ମଧ୍ୟରେ ବିବାହ ବିଚ୍ଛେଦ ହୋଇଥିଲା l ଜେଫ ଦୁନିଆର ସବୁଠୁ ଧନୀ ବ୍ୟକ୍ତିଙ୍କ ମଧ୍ୟରେ ଅନ୍ୟତମ l ତାଙ୍କର ସମ୍ପତ୍ତି ପ୍ରାୟ 130 ଆରବ ଡଲାର ରହିଛି l

Spread the love