June 26, 2025

ନିଜ ଓଜନଠୁ ଅଧିକ କିଲୋର ରୂପା ଦାନ କରି ଚର୍ଚ୍ଚାରେ ବିଜେପି ନେତା

 

ସୁରତ: ଗୁଜରାଟ ବିଜେପି ସଭାପତି ସି ଆର୍‌ ପାଟିଲ ନିଜ ଓଜନଠୁ ଅଧିକ କିଲୋର ରୂପା ଦାନ କରି ଏବେ ଚର୍ଚ୍ଚାରେ।ସୁରତରେ ଜୈନ ସମାଜ ପକ୍ଷରୁ ଆୟୋଜିତ “Rajat Tula” କାର୍ଯ୍ୟକ୍ରମରେ ଅତିଥିଭାବେ ଯୋଗ ଦେଇ ଏହି ରୂପା ଦାନ କରିଥିଲେ ସି ଆର୍‌ ପାଟିଲ। ଏଥିପାଇଁ ତାଙ୍କୁ ନିକିତିର ଗୋଟିଏ ପାର୍ଶ୍ୱରେ ବସାଯାଇଥିବା ବେଳେ ଅପରପାର୍ଶ୍ୱରେ ସେତିକି ଓଜନର ରୂପା ରଖାଯାଇଥିଲା।

Spread the love