
ହାଇଦ୍ରାବାଦ: ଯାତ୍ରୀଙ୍କୁ ଭୁଆଁ ବୁଲାଇ ବିମାନରେ ଉଡୁଥିଲେ। ଯାତ୍ରୀଙ୍କୁ ଠକି ବିମାନରେ ବୁଲୁଥିଲେ ୨୧ ବର୍ଷିୟ ଯୁବକ। ଏହି ଘଟଣା ଘଟିଛି ଆନ୍ଦ୍ରପ୍ରଦେଶ ଗୁନ୍ତୁର ଜିଲ୍ଲାରେ। ଏପରି କାମ ସେ କାହିଁକି କରନ୍ତି, ଏକଥା ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ।
ଯୁବକ ଜଣଙ୍କ ନାଁ ହେଉଛି ମାଡେଲା ଭେଙ୍କଟ ଦିନେଶ କୁମାର। ପ୍ଲାଇଟ୍ରେ ବସି ଚାରିଆଡେ ବୁଲିବାକୁ ଯିବାକୁ ତାଙ୍କର ଇଚ୍ଛା ରହିଥାଏ। କିନ୍ତୁ ଯେତେବେଳେ ସେ ବାହାରକୁ ବୁଲିବାକୁ ଯାଆନ୍ତି, ତେବେ ସେ ପାଠ ପଢିବାକୁ ସାଙ୍ଗମାନଙ୍କ ଘରକୁ ଯାଆନ୍ତି ବୋଲି ବାପା ମାଙ୍କ କୁହନ୍ତି। ଯେତେବେଳେ ସେ ଅନ୍ୟ ସହରକୁ ଯାଆନ୍ତି, ସନ୍ଧ୍ୟା ସୁଦ୍ଧା ଘରକୁ ଚାଲିଆସନ୍ତି।
ସାମସାବାଦର ଡିସିପି ଏନ୍ ପ୍ରକାଶ ରେଡ୍ଡି କହିଛନ୍ତି ଯେ ଦିନେଶ କୁମାରଙ୍କ ସବୁଦିନେ ପ୍ଲାଇଟ୍ରେ ଯିବା ପାଇଁ ତାଙ୍କର ବଡ଼ ଲକ୍ଷ୍ୟ ଥିଲା। କିନ୍ତୁ ଯଥେଷ୍ଟ ଟଙ୍କା ନଥିବାରୁ ପ୍ଲାଇଟ୍ ଟିକଟ୍ କରିବା ପାଇଁ ଏୟାରପୋର୍ଟରେ ଯାଉଥିବା ଯାତ୍ରୀମାନଙ୍କୁ ନିବେଦନ କରୁଥିଲା। ସେ ଏମିତି କରି ୯ଟି ଯାତ୍ରୀଙ୍କୁ ଠକିବା ସହ ସେମାନଙ୍କ ଟଙ୍କାରେ ଦିନେଶ ପ୍ଲାଇଟ୍ରେ ଉଡୁଥିଲେ।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍