September 13, 2025

କେନାଲ ବନ୍ଧ ଭାଙ୍ଗି ଗାଁ ଭିତରେ ପଶିଲା ପାଣି

 

ନିଆଳି: କେନାଲ ବନ୍ଧ ଭାଙ୍ଗି ଗାଁ ଭିତରେ ପାଣି ପଶି କୃତିମ ବନ୍ୟା ସୃଷ୍ଟି। ନିଆଳି ଜଳସମ୍ପଦ ଉପଖଣ୍ଡ ଅଧିନ କାକଟପୁର ବ୍ରାଞ୍ଚ କେନାଲର ଉତ୍ତରପାର୍ଶ୍ଵ ବନ୍ଧ ଭାଙ୍ଗିଯିବା ଫଳରେ ବରିମୁଣ୍ଡ ଗାଁ ମଧ୍ୟରେ କେନାଲ ପାଣି ପଶି କୃତିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।

ଗାଁ ରାସ୍ତା ପାଣିରେ ଉବୁଟୁବୁ ହେଉଥିବା ବେଳେ ଲୋକଙ୍କ ଘରେ ପାଣି ପଶି ଯାଇଛି। ରାସ୍ତାଘାଟ, ଚାଷ ଜମି ସବୁ କିଛି ପାଣିରେ ଉବୁଟୁବୁ। ଗ୍ରାମବାସୀ ଏବେ ଜଳବନ୍ଦୀ ହୋଇ ରହିଛନ୍ତି। ଜଳ ସମ୍ପଦ ବିଭାଗ ପକ୍ଷରୁ ଜେସିବି ସହାୟତାରେ ପାଣି ରୋକିବାକୁ ଚେଷ୍ଟା କରାଯାଇଥିଲେ ହେଁ ତାହା ସମ୍ଭବ ହୋଇପାରି ନାହିଁ।

Spread the love