July 27, 2024

Satya News

odia news channel

କୋଭିଡ୍ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ, ୭ ଆକ୍ରାନ୍ତ ଜୀବନ୍ତ ଦଗ୍ଧ

 

ନୂଆଦିଲ୍ଲୀ  :    ସାରା ବିଶ୍ୱରେ ଏବେବି କରୋନା ଆତଙ୍କ ଜାରି ରହିଛି । ଏହାମଧ୍ୟରେ ରୋମାନିଆରେ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ଏକ କୋଭିଡ୍ ହସ୍ପିଟାଲରେ ନିଆଁ ଲାଗିଯିବାରୁ ୭ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି ।

ସୂଚନାନୁସାରେ, ରୋମାନିଆର ଉତ୍ତର ନୀଷ୍ଟ୍ କାଉଣ୍ଟିଂ ଜରୁରୀକାଳିନ ସେବାର ମୁଖପାତ୍ର ଇରିନା ପୋପା କହିଛନ୍ତି ଯେ, ଶନିବାର ହସ୍ପିଚାଲରେ ଭୟାବହ ଅଗ୍ନିକାଣ୍ଡ ହୋଇଥିଲା । ଯେଉଁ କୋଠରୀରେ ପ୍ରଥମେ ନିଆଁ ବ୍ୟାପିଲା ସେଠାରେ ୧୬ଜଣ ଆକ୍ରାନ୍ତ ଥିଲେ । ତେବେ ଘଟଣାସ୍ଥଳରେ ହିଁ ନିଆଁରେ ପୋଡି ହୋଇ ୭ଜଣ ପ୍ରାଣ ହରାଇଥିଲେ ।

ସେ ଆହୁରି କହିଛନ୍ତି ଯେ, ପ୍ରାଣ ହରାଇଥିବା ଆକ୍ରାନ୍ତମାନେ ପଜିଟିଭ୍ ହେବା ପରେ ଗୁରୁତର ଥିଲେ । ତେବେ ନିଆଁରେ ଜଣେ ଆକ୍ରାନ୍ତ ଗୁରୁତର ଅଛନ୍ତି । ସେହିପରି କିଛି ହସ୍ପିଟାଲ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି ।

ସୂଚନାଯୋଗ୍ୟ, ସାରା ବିଶ୍ୱରେ ଏବେସୁଦ୍ଧା ୫ କୋଟି ୪୦ ଲକ୍ଷ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ପ୍ରାୟ ୩୪ କୋଟି ୭୦ ଲକ୍ଷ ଆରୋଗ୍ୟ ହୋଇଛନ୍ତି । ଏହାସହ ୧ କୋଟି ୩୧ ଲକ୍ଷରୁ ଅଧିକ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି ।

Spread the love