July 27, 2024

Satya News

odia news channel

ଭାରତୀୟ ଟିମ୍‌ର ହୋଟେଲ ନିକଟରେ ଖସିପଡିଲା ବିମାନ, ଷ୍ଟାଡିୟମ ଛାଡି ଦୌଡିଲେ ଖେଳାଳି

 

ସିଡ୍‌ନୀ : ଅଷ୍ଟ୍ରେଲିଆ ଗସ୍ତରେ ଭାରତୀୟ କ୍ରିକେଟ୍ ଟିମ୍ । ସିଡ୍‌ନୀ ସ୍ଥିତ ଅଲମ୍ପିକ୍‌ ପାର୍କ ହୋଟେଲରେ ସମସ୍ତ ଖେଳାଳି ଓ ସଦସ୍ୟ କ୍ୱାରେଣ୍ଟାଇନ୍‌ରେ ଅଛନ୍ତି । ଶନିବାର ଦିନ ସେହି ହୋଟେଲ୍‌ ଠାରୁ ୩୦କିମି ଦୂରରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ହୋଟଲରୁ ୩୦କିମି ଦୂରରେ ଥିବା କ୍ରୋମର ପାର୍କରେ ସ୍ଥାନୀୟ କ୍ରିକେଟର ଓ ଫୁଟବଲ ଖେଳାଳିମାନେ ବିମାନ ଦୁର୍ଘଟଣା ଦେଖି ଭୟଭୀୟ ହୋଇଯାଇଥିଲେ ।  ବିମାନଟି ଯେତେବେଳେ ପଡିଆରେ ଦୁର୍ଘଟଣାରେ ଶିକାର ହୋଇଥିଲା । ସେହି ସମୟରେ ସେଠାରେ କ୍ରିକେଟ ଓ ଫୁଟବଲ ମ୍ୟାଚ ଖେଳାଯାଉଥିଲା । ବିମାନଟି ତଳକୁ ଖସୁଥିବାର ଦେଖି ଖେଳାଳିମାନେ ଭୟରେ ପଡିଆ ଛାଡିଦେଇଥିଲେ ।

 

ତେବେ ଭାରତୀୟ ଟିମ୍ ବ୍ୟତୀତ ସେହି ହୋଟେଲରେ ସ୍ଥାନୀୟ କ୍ରିକେଟର ଓ କିଛି ଫୁଟବଲ ଖେଳାଳି ରହିଛନ୍ତି । ଘଟଣାରେ କିଛି ସମୟ ପାଇଁ ଚିନ୍ତାର ମୋହଲ ସୃଷ୍ଟି ହୋଇଯାଇଥିଲା । ସୌଭାଗ୍ୟବଶତଃ ବିମାନଟି ଯେଉଁଠି ଦୁର୍ଘଟଣା ହୋଇଛି । ସେଠାରେ କୌଣସି ଲୋକ ଉପସ୍ଥିତି ନଥିଲେ । ଘଟଣାସ୍ଥଳରୁ କିଛି ଦୂରରେ ଲୋକ ଥିଲେ । ବିମାନ ଦୁର୍ଘଟଣାରେ ଖବର ପ୍ରସାରିତ ହେବା ପରେ , ଘଟଣାସ୍ଥଳରେ ଲୋକଙ୍କ ଭିଡ ଆରମ୍ଭ ହୋଇଯାଇଥିଲା । ସେହିପରି ଦୁର୍ଘଟଣାଗ୍ରସ୍ଥ ବିମାନରେ ୨ଜଣ ଲୋକ ଥିଲେ । ସେମାନେ ସୁରକ୍ଷିତ ଭାବେ ଦୁର୍ଘଟଣାରୁ ବର୍ତ୍ତିଯାଇଛନ୍ତି ।

Spread the love