February 28, 2026

ପାଟଣା ବିଧାୟକ ଜଗନ୍ନାଥ ନାଏକ ଗୁରୁତର ଅସୁସ୍ଥ

 

ପାଟଣା: ପାଟଣା ବିଧାୟକ ଜଗନ୍ନାଥ ନାଏକ ଗତ ତିନି ଦିନ ହେଲା ଗୁରୁତର ଅସୁସ୍ଥ ହୋଇ ପଡିଛନ୍ତି। ପ୍ରଥମେ ପରିସ୍ରା ସଂକ୍ରମଣ ପରେ ଜ୍ଵର ହେବାରୁ ସେ ଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଥିଲେ। ଗତ କାଲି ଅପରାହ୍ନରେ ତାଙ୍କୁ ଭୁବନେଶ୍ବରର ଆପୋଲୋ ହସ୍ପିଟାଲରେ ଭର୍ତି କରାଯାଇଛି। କରୋନା ସଂକ୍ରମଣ ସନ୍ଦେହରେ ତାଙ୍କର ସ୍ଵାବ ନମୁନା ମଧ୍ୟ ପରୀକ୍ଷା କରାଯାଇଥିବା ଜଣାପଡିଛି।

 

ତେବେ ଟେଷ୍ଟ ରିପୋର୍ଟ ସମ୍ପର୍କରେ କିଛି ସୂଚନା ମିଳିନି। ଅକ୍ଟୋବର ମଧ୍ୟ ଭାଗରୁ ନଭେମ୍ବର ୩ ଯାଏଁ ସେ ବାଲେଶ୍ଵର ସଦର ନିର୍ବାଚନ ମଣ୍ଡଳୀରେ ଉପ ନିର୍ବାଚନ ପାଇଁ ବିଜୁ ଜନତାଦଳ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଥିଲେ। ବିଧାୟ ଙ୍କ ଅସୁସ୍ଥତା ଖବର ପ୍ରଚାର ହେବା ପରେ ବିଜୁ ଜନତା ଦଳର ବହୁ ଛାମୁଆ ନେତା, ଦଳୀୟ କର୍ମୀ ଓ ତାଙ୍କ ଶୁଭେଚ୍ଛୁ ମାନଙ୍କ ପାଖରୁ ତାଙ୍କର ଆଶୁ ଆରୋଗ୍ୟ କାମନା କରାଯାଇଛି।

Spread the love