July 27, 2024

Satya News

odia news channel

ବିଷ ବୋତଲ ପଠାଇ ପ୍ରେମିକାକୁ ପ୍ରେମିକ ଦେଇଛି ଆତ୍ମହତ୍ୟା ଧମକ

 

ବାଲିକୁଦା : ତୁ ମୋତେ ଭଲ ପାଇଛି, ମୋତେ ବାହା ହେବୁ । ନେହେଲ ମୁଁ ମରିଯିବି। ବିଷ ପିଇ ଆତ୍ମହତ୍ୟା କରିବି । ଆଉ ତୁମେ ହିଁ ମୋ ମୃତ୍ୟୁର କାରଣ ପାଲଟିବ । ଏମିତି ଅନେକ କଥା ଲେଖି ଜଣେ ଯୁବତୀଙ୍କ ମୋବାଇଲକୁ ମେସେଜ୍‌ କରି ଆତ୍ମହତ୍ୟାର ଧମକ ଦେଇଛନ୍ତି । କେବଳ ଆତ୍ମହତ୍ୟାର ଧମକ ନୁହେଁ, ବରଂ ବିଷ ବୋତଲର ଫଟୋ ନିଜ ମୋବାଇଲରୁ ସେହି ଯୁବତୀଙ୍କ ମୋବାଇଲକୁ ପଠାଇଥିବା ଜଣାପଡିଛି । ଜଗତସିଂହପୁର ଜିଲ୍ଲା ବାଲିକୁଦା ଅଞ୍ଚଳରେ ହଇଚଇ ସୃଷ୍ଟି କରିଛି । ଉଭୟଙ୍କ ମଧ୍ୟରେ ଲାଗିଥିବା ବିବାଦ ଏବେ ଥାନାରେ । ତେବେ ପୋଲିସ ବାବୁଙ୍କ ହସ୍ତକ୍ଷେପ ପରେ ମାମଲା ସମାଧାନ କରାଯାଇଥିବା ସୂଚନା ମିଳିଛି ।

ଖବର ଅନୁଯାୟୀ, ବାଲିକୁଦା ଥାନା ଅଧୀନ କୃଷ୍ଣଦାସପୁର ଅଞ୍ଚଳର ଜଣେ ଯୁବକ ଇଚ୍ଛାପୁର ଅଞ୍ଚଳର ଜଣେ ଯୁବତୀଙ୍କୁ ଭଲ ପାଉଥିଲେ । ଧୀରେ ଧୀରେ ଉଭୟଙ୍କ ମଧ୍ୟରେ ପ୍ରେମ ବଢିଥିଲା । ସମୟ ଗଡିବା ସହ ଉଭୟଙ୍କ ସମ୍ପର୍କ ବଢିଥିଲା । ଯୁବତୀ ଜଣଙ୍କ ଅନ୍ୟ କୌଣସି ଯୁବକଙ୍କ ସହ କଥା ହେଉଥିବା ସନ୍ଦେହ କରି ସଂମୃକ୍ତ ଯୁବତୀଙ୍କୁ ଏ ସଂପର୍କରେ ପଚାରିଥିଲା । ଯୁବତୀ ଜଣଙ୍କ ପ୍ରଥମେ ନିଜ ଦୋଷ ଉପରେ ଘଣ୍ଟ ଘୋଡାଇବାକୁ ଚେଷ୍ଟା କରିଥିଲା । ଯୁବକ ଜଣଙ୍କ ବାରମ୍ବାର ଯୁବତୀଙ୍କୁ ସେହି ସଂପର୍କରେ ପଚାରିଥିଲେ , କିନ୍ତୁ ଯୁବତୀ ଜଣଙ୍କ ଘଟଣାକୁ ଏଡାଇ ଦେଉଥିଲେ । ପରେ କିଛି ଦିନ ପରେ ଯୁବତୀ ଜଣଙ୍କ ତୁମ ସହିତ ମୋର କୌଣସି ସମ୍ପର୍କ ନାହିଁ ବୋଲି ଯୁବକଙ୍କୁ କହିଥିଲେ । ଏପରିକି ମୁଁ ତୁମକୁ ଚିହ୍ନେ କି ଜାଣିନି ବୋଲି ସିଧା କହିଥିଲେ । ଯୁବତୀଙ୍କ ଠାରୁ ଏହା ଶୁଣିବା ପରେ ଯୁବକଙ୍କ ଭଲ ପାଇବାର ନିଶା ଖସିଯାଇଥିଲା ।

ଏହାପରେ ନିଜ ସଂପର୍କରେ କିଛି ଲେଖି ଆତ୍ମହତ୍ୟାର ଧମକ ଦେଇଥିଲେ । ଏତେ ଦିନ ହେଲା ମୋତେ ଭଲ ପାଇ ଆସୁଥିଲ । ତୁମ ପାଇଁ ମୁଁ ପୂରା ପାଗଳ । ତୁମକୁ ନ ପାଇଲେ ମୁଁ ମରିଯିବି । ବିଷ ପିଇ ଆତ୍ମହତ୍ୟା କରିବି । ଆଉ ତୁମେ ହିଁ ମୋ ମରିବା ପଛର କାରଣ ସାଜିବ । ଏମିତି କିଛି ଲେଖି ଆତ୍ମହତ୍ୟା କରିବାକୁ ଧମକ ଦେଇ ଏକ ବିଷ ବୋତଲର ଫଟୋ ଉଠାଇ ତାକୁ ଯୁବତୀଙ୍କ ମୋବାଇଲକୁ ମେସେଜ ପଠାଇଥିଲେ । ବ୍ଲାକ୍‌ ମେଲିଂ କରିବାର ଚେଷ୍ଟା କରିଥିଲେ ବୋଲି ଅଭିଯୋଗ ଆସିଥିଲା । ଏହାପରେ ଯୁବତୀ ଜଣଙ୍କ ନିଜ ପରିବାର ଲୋକଙ୍କୁ ଘଟଣାସଂପର୍କରେ ଜଣାଇବା ପରେ ବାଲିକୁଦା ଥାନାର ସହାୟତା ଲୋଡ଼ିଥିଲେ , ପରେ ପୋଲିସ ଘଟଣାରେ ଏକପ୍ରକାର ସମାଧାନ କରିଥିବା ମଧ୍ୟ ସୂଚନା ମିଳିଛି ।

Spread the love