February 17, 2026

ଆଜି ଓଡ଼ିଶା ଆସୁଛନ୍ତି ଆରଏସ୍‌ଏସ୍‌ ମୁଖ୍ୟ ମୋହନ ଭାଗବତ

 

ଭୁବନେଶ୍ୱର: ତିନିଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରୀୟ ସ୍ୱଂୟ ସେବକ ସଂଘର ମୁଖ୍ୟ ମୋହନ ଭାଗବତ। ଆଜି ସେ ଭୁବନେଶ୍ୱରରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି । କରୋନା ମହାମାରୀ ପରିସ୍ଥିତିକୁ ଦୃଷ୍ଟିରେ ରଖି ଆରଏସ୍ଏସର ଅଖିଳ ଭାରତୀୟ କାର୍ଯ୍ୟକାରୀ ମଣ୍ଡଳ କ୍ଷେତ୍ର ସ୍ତରରେ କାର୍ଯ୍ୟକ୍ରମ ହେଉଛି।

ପୂର୍ବକ୍ଷେତ୍ର ପାଇଁ ଉଦ୍ଧିଷ୍ଟ ଏହି ବୈଠକ ଆସନ୍ତାକାଲି ଏବଂ ୨୬ ଦୁଇ ଦିନ ଧରି ଭୁବନେଶ୍ୱରରେ ଅନୁଷ୍ଠିତ ହେବ। ଆରଏସଏସ ମୁଖ୍ୟ ସୁରେଶ ଯୋଶୀ ଉପସ୍ଥିତ ରହିବେ । ପଶ୍ଚିମବଙ୍ଗ, ଓଡ଼ିଶା, ଆଣ୍ଡାମାନ ଓ ନିକୋବର ଅଞ୍ଚଳରେ ଥିବା ଅଖିଳ ଭାରତୀୟ କାର୍ଯ୍ୟକାରୀ ମଣ୍ଡଳର ୩୫ଜଣ ସଦସ୍ୟ ଏହି ବୈଠକରେ ଭାଗନେବେ।

Spread the love