February 15, 2026

ଏୟାରପୋର୍ଟରୁ ୨୦ ଲକ୍ଷ ଟଙ୍କାର ସୁନା ଜବତ

 

ଭୁବନେଶ୍ୱର: ଭୁବନେଶ୍ୱର ବିମାନ ବନ୍ଦରରୁ ଧରାପଡିଲା ୪୦୦ ଗ୍ରାମ ସୁନା। ବିମାନରେ ଯିବା ପୂର୍ବରୁ ଜଣେ ଯାତ୍ରୀଙ୍କ ଠାରୁ ଏହି ସୁନା ଜବତ ହୋଇଛି। ଯାତ୍ରୀଙ୍କ ନାଁ ଜୈନୁଲଆବେଦିନ୍ ଏବଂ ସେ ଚେନ୍ନାଇ ଯାଉଥିଲେ ସୁନା ସହ ସଂପୃକ୍ତ ଯାତ୍ରୀଙ୍କୁ କଷ୍ଟମ୍ ବିଭାଗକୁ ହସ୍ତାନ୍ତର କରିଛନ୍ତି ବିମାନ ବନ୍ଦର କର୍ତ୍ତୃପକ୍ଷ।

ଜବତ ସୁନାର ଆନୁମାନିକ ମୂଲ୍ୟ ୨୦ ଲକ୍ଷ ୧୪ ହଜାର ଟଙ୍କା ହେବ। ଯାତ୍ରୀ ଜଣକ ୪ ଖଣ୍ଡ ସୁନା ବିସ୍କୁଟକୁ ଶରୀର ଭିତରେ ଲୁଚାଇ ନେଉଥିଲେ।

Spread the love