July 27, 2024

Satya News

odia news channel

ପୌର ନିର୍ବାଚନ ପାଇଁ ବିଜେପି କାର୍ଯ୍ୟକର୍ତ୍ତାଙ୍କ ସମୀକ୍ଷା ବୈଠକ

 

ଆଗାମୀ ପୌର ନିର୍ବାଚନ ପାଇଁ ଯାଜପୁର ଜିଲ୍ଲା ବ୍ୟାସନଗର ମ୍ୟୁନିସିପାଲିଟି ଅନ୍ତର୍ଗତ ବିଜେପି କାର୍ଯ୍ୟକର୍ତ୍ତାଙ୍କ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି ା  ଗୁଣନିଧି ଗୁରୁଙ୍କ ଅଧକ୍ଷତାରେ ଅନୁଷ୍ଠିତ ବୈଠକରେ ପ୍ରସନ୍ନ ସାମଲ, ବିଜୟ ପଣ୍ଡା, ପଦ୍ମନାଭ ମଲ୍ଲିକ, ଶିବ ପ୍ରସାଦ ଆଇଚ, ବିନୋଦ ଶର୍ମା, ଦୀପକ ଦାସ, ନିତ୍ୟାନନ୍ଦ ମାହାଳିକ, ସବିତା ଖୁଣ୍ଟିଆ, ଦିଲ୍ଲୀପ ମହାଳିକ, ଅଯୋଧ୍ୟା ଜେନା ଓ ମନୋଜ ଦାସ ପ୍ରମୁଖ ଯୋଗ ଦେଇଥିଲେ

ଏହି ବୈଠକରେ  ପୌର ନିର୍ବାଚନ ପାଇଁ ଏକ ପ୍ରସ୍ତୁତି ତାଲିକା କରାଯାଇଥିଲା, ନିଜର ସ୍ୱତନ୍ତ୍ର ଚିନ୍ତାଧାରାକୁ ନେଇ ଆଗାମୀ ଦିନରେ କାର୍ଯ୍ୟକର୍ତ୍ତାମାନେ କିପରି ଲୋକଙ୍କ ବିଶ୍ୱାସ ଭାଜନ ହୋଇପାରିବା  ଏବଂ ଲୋକଙ୍କ ସୁଖ ଦୁଃଖରେ ସାମିଲ ହୋଇପାରିବ, ସେ ସବୁ ସମସ୍ୟା ବିଗତ ଦିନଠାରୁ ଆରମ୍ଭ କରି ଏ ପର୍ଯ୍ୟନ୍ତ ବ୍ୟାସ ନଗରରେ ରହି ତାର ସମାଧାନ ପାଇଁ ଅଂଟା ଭିଡ଼ିବାକୁ କର୍ମୀମାନଙ୍କୁ ଆହ୍ବାନ ଦିଆଯାଇଥିଲା ା ପ୍ରତ୍ୟେକ ୱାର୍ଡରେ ଲୋକଙ୍କୁ  ମିଥ୍ୟା ପ୍ରତିଶୃତି ଓ ପ୍ରଲୋଭନ ଦେଖାଇ ଭୋଟ ହାତୋଉବା ବିଜେଡି ଦଳ ଉପରେ ଆଲୋଚନା କରାଯିବା ସହ ଲୋକଙ୍କୁ ସଠିକ ଚିନ୍ତାଧାରା ଓ ନୂତନ ଦିଗଦର୍ଶନରେ ପହଂଚିବାକୁ ଆହ୍ବାନ ଦିଆଯାଇଥିଲା

Spread the love