February 15, 2026

ଆଜି ଓଡ଼ିଶା-ଆନ୍ଧ୍ର ଆଲୋଚନା

 

କୋରାପୁଟ: କୋରାପୁଟ ସୀମାରେ ଆନ୍ଧ୍ରର ବାରମ୍ବାର ଅନୁପ୍ରବେଶ ପରେ ଆଜି ଦୁଇ ରାଜ୍ୟର ପ୍ରଶାସନ ମଧ୍ୟରେ ହେବ ଆଲୋଚନା। କୋରାପୁଟ ଓ ବିଶାଖାପାଟନା ଜିଲ୍ଲା ପ୍ରଶାସନର ଅଧିକାରୀ ଏହି ବୈଠକରେ ଉପସ୍ଥିତ ରହିବେ। ରାଜସ୍ୱ, ବନ ବିଭାଗ ଟିମ୍ ଉପସ୍ଥିତ ରହି ସୀମା ବିବାଦକୁ ଗୁରୁତ୍ୱ ସହ ଆଲୋଚନା କରିବେ। କୋରାପୁଟ ଜାମୁଗୁଡ଼ାରେ ଉତ୍ତେଜନା ସୃଷ୍ଟି ହେବା ପରେ ଏନେଇ ଆଲୋଚନା କରାଯିବ। ମିଳିଥିବା ସୂଚନା ମୁତାବକ ପଟାଙ୍ଗିର ସମ୍ବାଇ ପଞ୍ଚାୟତ କାର୍ଯ୍ୟାଳୟରେ ଏହି ବୈଠକ ହେବ।

କିପରି ଦୁଇ ରାଜ୍ୟ ମଧ୍ୟରେ ସହଭାଗିତା ସ୍ଥାପନ ହେବ ସେ ନେଇ ବିଶେଷ ଭାବେ ଆଲୋଚନା ହେବ। ପ୍ରଥମେ କୋଟିଆ, ସମ୍ବାଇ ପରେ ଜାମୁଗୁଡ଼ା ପାହାଡ଼ ଉପରେ ଓଡ଼ିଶା ଏବଂ ଆନ୍ଧ୍ର ଲୋକଙ୍କ ମଧ୍ୟରେ ସୀମା ବିବାଦ ଲାଗି ରହିଛି। ଆନ୍ଧ୍ର ସୀମା ନିର୍ଦ୍ଧାରଣ କରାନଯିବା ସହ ରାସ୍ତା ଅବରୋଧ ଓ ଧସେଇ ପଶିବାକୁ ବାରମ୍ବାର ଉଦ୍ୟମ ହେଉଛି। ଘଟଣାକୁ ନେଇ ଏବେ ବି ସୀମା ଅଞ୍ଚଳରେ ଚାପା ଉତ୍ତେଜନା ଜାରି ରହିଛି। ତେଣୁ ଆଜିର ବୈଠକ ବେଶ ଗୁରୁତ୍ୱବହନ କରୁଛି।

Spread the love