July 27, 2024

Satya News

odia news channel

ପରୀ ପରିବାରକୁ ସୁରକ୍ଷା ଦିଅ: ହାଇକୋର୍ଟ

 

କଟକ: ନୟାଗଡ଼ ପରୀ ହତ୍ୟା ନେଇ ହାଇକୋର୍ଟରେ ମାମଲା ପ୍ରସଙ୍ଗରେ ପରୀ ପରିବାରକୁ ସୁରକ୍ଷା ଦେବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ। ପରୀର ପରିବାରକୁ ସୁରକ୍ଷା ଦେବାକୁ ନୟାଗଡ଼ ଏସ୍ପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ମାମଲାର ଅପଡେଟ୍‌ ଷ୍ଟାଟସ ରିପୋର୍ଟ ଦେବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ୧୬ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ ହୋଇଛି।ଭାରତୀୟ ବିକାଶ ପରିଷଦ ପକ୍ଷରୁ ହାଇକୋର୍ଟରେ ଏହି ମାମଲା ହୋଇଛି। ସିବିଆଇ ତଦନ୍ତ ଏବଂ ୨୫ ଲକ୍ଷ କ୍ଷତିପୂରଣ ଦାବିରେ ଏହି ମାମଲା ହୋଇଛି।

ସେହିପରି ସରପଞ୍ଚ ସୌମ୍ୟରଞ୍ଜନ ମଧ୍ୟ ନିଜ ପ୍ରତି ଓ ପରିବାର ପ୍ରତି ବିପଦ ଆଶଙ୍କାରେ ସୁରକ୍ଷା ଲୋଡ଼ି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ମାମଲାରେ ଗୃହ ସଚିବ, ଡିଜିପି, ଜିଲ୍ଲାପାଳ, ଏସ୍‌ପି, IICଙ୍କୁ ପକ୍ଷଭୁକ୍ତ କରାଯାଇଥିବା ସୌମ୍ୟଙ୍କ ଓକିଲ ସିଦ୍ଧାର୍ଥ ପ୍ରସାଦ ଦାସ ସୂଚନା ଦେଇଛନ୍ତି। ଅଙ୍ଗ ତସ୍କରୀ ପାଇଁ କୁନି ଝିଅଟିକୁ ହତ୍ୟା କରାଯାଇଛି। ପରୀର ଅଙ୍ଗକୁ ନେଇ କେଉଁ ଜଣେ ହାଇପ୍ରୋଫାଇଲ ବ୍ୟକ୍ତିଙ୍କ ଦେହରେ ପ୍ରତିରୋପଣ କରାଯାଇଛି। ତେଣୁ ଏହି ଘଟଣାକୁ ଚାପି ଦେବା ପାଇଁ ଏତେ ବଡ଼ ଉଦ୍ୟମ ହୋଇଛି ବୋଲି ସୌମ୍ୟ କହିଥିଲେ।

ନୟାଗଡ଼ର ପରୀ ହତ୍ୟା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ଟାର୍ଗେଟ୍। ଯଦି ପରୀ ନ୍ୟାୟ ନ ପାଇଲା ସରକାରଙ୍କ କ୍ଷମତାରେ ରହିବା ଅଧିକାର ନାହିଁ ବୋଲି ଆକ୍ଷେପ କରି କହିଛନ୍ତି ମନ୍ତ୍ରୀ। ଏହା ସହ ପରୀକୁ ନ୍ୟାୟ ଦେବା ପର୍ଯ୍ୟନ୍ତ ତୃଣମୂଳ ସ୍ତରରେ ବିଜେପି ଆନ୍ଦୋଳନ ଜାରି ରଖିବ। ଏହି ମାମଲାରେ ପରୀ ଗାଁର ସରପଞ୍ଚ ଏହି ଘଟଣାରେ ଆଗକୁ ଆସିଛନ୍ତି ତେଣୁ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ମନ୍ତ୍ରୀ। ତାଙ୍କ ପରି ବ୍ୟକ୍ତି ଆଗକୁ ଆସିବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ। ଯଦି ମନ୍ତ୍ରୀ ଅରୁଣଙ୍କର ସମ୍ପୃକ୍ତି ନାହିଁ ତାହେଲେ ସେ କାହିଁକି ଧମକାଉଛନ୍ତି ବୋଲି ମଧ୍ୟ ପ୍ରଶ୍ନ କରିଛନ୍ତି।

Spread the love