April 24, 2026

ସଂଖ୍ୟା କମୁଛି କିନ୍ତୁ ଡ଼ର ଛାଡୁନି….୨୪ ଘଣ୍ଟାରେ ୧୪୩ ଆକ୍ରାନ୍ତ ଚିହ୍ନଟ

 

ଭୁବନେଶ୍ୱର:  ରାଜ୍ୟରେ ୨୪ ଘଣ୍ଟାରେ ୧୪୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ। କ୍ୱାରେଣ୍ଟିନରୁ ୮୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୫୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ଟ୍ୱିଟ୍ କରି ସୂଚନା ଦେଇଛି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ। ରାଜ୍ୟର ୨୩ ଜିଲ୍ଲାରୁ ମୋଟ୍ ୧୪୩ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୭ ଜିଲ୍ଲାରୁ କେହି ଜଣେ ହେଲେ ବି ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି।

୨୪ ଘଂଟାରେ ଅନୁଗୁଳରୁ ୧୩, ବାଲେଶ୍ୱରରୁ ୮, ବରଗଡ଼ରୁ ୧୨, ବଲାଙ୍ଗୀରରୁ ୨, ବୌଦ୍ଧରୁ ୧, କଟକରୁ ୬, ଦେବଗଡ଼ରୁ ୧, ଗଜପତିରୁ ୧, ଗଞ୍ଜାମ ୪, ଜଗତସିଂହପୁର ୪, ଯାଜପୁର ୫, ଝାରସୁଗୁଡ଼ା ୫, କଳାହାଣ୍ଡି ୨, କେନ୍ଦ୍ରାପଡ଼ା ୨, କେନ୍ଦୁଝର ୨, ଖୋର୍ଦ୍ଧା ୯, କୋରାପୁଟ ୨, ମୟୂରଭଞ୍ଜ ୨, ନୂଆପଡ଼ା ୪, ପୁରୀ ୨୩, ସମ୍ବଲପୁର୧୬, ସୋନପୁରରୁ ଜଣେ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୧୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଠିକ ସେହିପରି ଭାବରେ ଷ୍ଟେଟ ପୁଲର ସଂଖ୍ୟା ୧ ରହିଛି।
Spread the love