
ଭୁବନେଶ୍ୱର : ସମାଜସେବୀ ଆଦିତ୍ୟ ଦାସ ମୃତ୍ୟୁ ମାମଲାକୁ ନେଇ ହାଇକୋର୍ଟରେ ଶୁଣାଣି । ମାମଲାରେ ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ଉପରେ ବିରକ୍ତ ପ୍ରକାଶ କରିଛନ୍ତି ଅଦାଲତ । ପୂର୍ବରୁ ଦିଆଯାଇଥିବା ନିର୍ଦ୍ଦେଶ ମୁତାବକ ରିପୋର୍ଟ ଦେଇନପାରିବାରୁ ବିରକ୍ତ ପ୍ରକାଶ କରିଛନ୍ତି ହାଇକୋର୍ଟ । ପୋଷ୍ଟମର୍ଟମ ରିପୋର୍ଟର ଅବିକଳ ନକଲ ଅଦାଲତ ମାଗିଥିଲେ । ମାମଲାରେ ନିଆଯାଇଥିବା ୩ ଜଣ ସାକ୍ଷୀଙ୍କ ବୟାନ ରେକର୍ଡର କପି ମଗାଯାଇଥିଲା । ତେବେ ଆଜି କୋର୍ଟରେ କ୍ରାଇମବ୍ରାଞ୍ଚ ରିପୋର୍ଟ ଦେଇନପାରିବାରୁ ବିରକ୍ତ ପ୍ରକାଶ କରିଛନ୍ତି ଅଦାଲତ। ।
ଆସନ୍ତା ୨୫ ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ମାମଲାରେ ୨୫ରେ ପରବର୍ତ୍ତୀ ଶୁଣାଣି ହେବ । ଗତ ବର୍ଷ ଜୁଲାଇରେ ସମାଜସେବୀ ଆଦିତ୍ୟ ଦାସଙ୍କ ମୃତଦେହ ଭୁବନେଶ୍ୱର ଲିଙ୍ଗରାଜ ଷ୍ଟେସନ୍ ନିକଟରୁ ମିଳିଥିଲା । ମାମଲାରେ ପ୍ରଥମେ ଜିଆରପି ଓ ପରେ କ୍ରାଇମବ୍ରାଞ୍ଚ ତଦନ୍ତ କରୁଛି । ତେବେ ମୃତ୍ୟୁ ଅସଲ କାରଣ ସମ୍ପର୍କରେ ଏବେ ଯାଏ ଜଣାପଡ଼ିନି । ସୂଚନାଯୋଗ୍ୟ, ଆଦିତ୍ୟ ଦାଶଙ୍କ ମୃତ୍ୟୁ ଘଟଣାରେ ସିବିଆଇ ତଦନ୍ତ ପ୍ରାର୍ଥନା କରି ତାଙ୍କ ବାପା, ମାଆ,ପତ୍ନୀ ବିଦ୍ୟାଶ୍ରୀ ଦାଶ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍