ଭୁବନେଶ୍ୱର: ଭୁବନେଶ୍ୱର-କଟକ ମେଟ୍ରୋ ସ୍ୱପ୍ନକୁ ଝଟକା। ୨୦୪୧ ଭିତରେ ଭୁବନେଶ୍ୱର-କଟକ ମଧ୍ୟରେ ମେଟ୍ରୋ ଟ୍ରେନ୍ ଗଡ଼ିବାର ସମ୍ଭାବନା କ୍ଷୀଣ । ବିଧାନସଭା ପ୍ରଶ୍ନୋତ୍ତର କାଳରେ ଆଜି ଏହି ମର୍ମରେ ଗୃହକୁ ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା । ଏସଂପର୍କିତ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି ଭୁବନେଶ୍ୱର ଓ କଟକରେ ମେଟ୍ରୋ ଟ୍ରେନ୍ ଚାଲିବା ପାଇଁ ରାଜ୍ୟ ସରକାରଙ୍କ କୌଣସି ପ୍ରସ୍ତାବ ନାହିଁ ।
ଭୁବନେଶ୍ୱର-କଟକରେ ମେଟ୍ରୋ ଟ୍ରେନ ଚାଲିବା ପାଇଁ ଭାରତ ସରକାର ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ଏକ ସର୍ଭେ କରାଯାଇଥିଲା । ଯେଉଁଥିରେ କି ୨୦୪୧ ପର୍ଯ୍ୟନ୍ତ ଟୁଇନ ସିଟିରେ ମେଟ୍ରୋ ରେଳ ଗଡ଼ିପାରିବନି ବୋଲି ସର୍ଭେ ରିପୋର୍ଟରୁ ଜଣାପଡିଛି । ଜନସଂଖ୍ୟା ଆଧାରରେ ସର୍ଭେ ଅନୁଯାୟୀ ଫିଜିବିଲିଟି ନଥିବାରୁ ଏହାକୁ ଆଗକୁ ବଢା ଯାଇ ପାରୁନି ବୋଲି ମନ୍ତ୍ରୀ କହିଛନ୍ତି । ତେବେ ସଦସ୍ୟଙ୍କ ଦାବି ପରେ ପୁଣିଥରେ ସର୍ଭେ ପାଇଁ କେନ୍ଦ୍ର ପାଖରେ ଦାବି ହେବ, ଏଥିରେ କଟକରୁ ଚଣ୍ଡୀଖୋଲ ଓ ଭୁବନେଶ୍ୱରରୁ ପୁରୀ ପର୍ଯ୍ୟନ୍ତ ଏହାକୁ ସମ୍ପ୍ରସାରଣର ପ୍ରସ୍ତାବ ରହିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।
More Stories
୨ଟି ରାଜ୍ୟର ଅଧ୍ୟକ୍ଷ ଓ ୬ଟି ରାଜ୍ୟର ପ୍ରଭାରୀ ନିଯୁକ୍ତ କଲା ବିଜେପି
କୌଣସି ପ୍ରସଙ୍ଗରେ ବିଜେପିକୁ ସମର୍ଥନ କରିବା ନାହିଁ ବିଜେଡି
ଜୁନ ୨୫କୁ କଳା ଦିବସ ପାଳନ କରିବ ବିଜେପି