ସମ୍ବଲପୁର: ବୁର୍ଲାର ମେଡିକାଲ କଲେଜ ଭିମସାରରେ ଛାତ୍ରଙ୍କୁ ରାଗିଂ ଅଭିଯୋଗ ହୋଇଛି। ଦ୍ୱିତୀୟ ବର୍ଷ ଡାକ୍ତରୀ ଛାତ୍ରଙ୍କୁ ସିନିଅର ଛାତ୍ର ର୍ୟାଗିଂ କରିଥିବା ଅଭିଯୋଗ ହୋଇଛି। ଆଂଟି ରାଗିଂ ସେଲ୍ ନିକଟରେ ଅଭିଯୋଗ ପରେ ଏହାର ତଦନ୍ତ କରାଯାଉଛି। ଡିନ୍ କହିଛନ୍ତି, ହଷ୍ଟେଲ ଦାୟିତ୍ୱରେ ଥିବା ଅଧିକାରୀ ଏମିତି ସ୍ୱାଭାବିକ ଭାବେ ପିଲାଙ୍କୁ ହଷ୍ଟେଲ ବ୍ୟବସ୍ଥା ସଂପର୍କରେ ପଚାରୁଥିବା ବେଳେ ରାଗିଂ କଥା ସାମ୍ନାକୁ ଆସିଛି।
ବର୍ତ୍ତମାନର ତାର ସତ୍ୟାସତ୍ୟ ଯାଞ୍ଚ କରାଯାଉଛି। ସତରେ ସିନିୟରମାନେ ଜୁନିୟରଙ୍କୁ ରାଗିଂ କରିଛନ୍ତି କି ନାହିଁ, ଯଦି ବି କିଛି ହୋଇଛି, ତାହା ରାଗିଂର ପରିସର ଭିତରେ ଆସୁଛି କି ନାହିଁ, ତାର ତଦନ୍ତ କରାଯାଉଥିବା ସହ ପିଲାଙ୍କୁ ପଚରା ଉଚରା କରାଯାଉଛି। ଏହା କେବେକାର ଘଟଣା ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ। ପିଲାମାନେ କ୍ୟାମେରା ଆଗରେ କିଛି କହି ନାହାନ୍ତି କି ଡିନଙ୍କୁ ମଧ୍ୟ ସିଧାସଳଖ କିଛି ଜଣାଇ ନାହାନ୍ତି। ତେବେ ତଦନ୍ତ ପରେ ହିଁ ଯାହା କିଛି ସ୍ପଷ୍ଟ ହେବ ବୋଲି କହିଛନ୍ତି ଡିନ୍। ଯଦି ଅଭିଯୋଗର ପ୍ରମାଣ ମିଳେ, ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ବୋଲି କୁହାଯାଇଛି।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍