July 27, 2024

Satya News

odia news channel

ଭୁବନେଶ୍ୱରର ୨୨ଟି ହସ୍ପିଟାଲରେ ଟିକାକରଣ ବ୍ୟବସ୍ଥା : ମାର୍ଚ୍ଚ ୧ରୁ ବୟସ୍କ ଏବଂ ବହୁବିଧ ରୋଗୀଙ୍କୁ ଦିଆଯିବ ଟିକା

 

ଭୁବନେଶ୍ୱରର : ରାଜ୍ୟରେ ପୁଣି କରୋନା ମହାମାରୀ କାୟା ବିସ୍ତା କରୁଥିବା ବେଳେ ଭୁବନେଶ୍ୱରର ୨୨ଟି ହସ୍ପିଟାଲରେ ଟିକା ଦିଆଯିବ। ୩ୟ ପର୍ଯ୍ୟାୟ ଟିକାକରଣ ନେଇ ସୂଚନା ଦେଇଛନ୍ତି ବିଏମସି କମିଶନର। ମାର୍ଚ୍ଚ ୧ରୁ ବୟସ୍କ ଏବଂ ବହୁବିଧ ରୋଗାକ୍ରାନ୍ତଙ୍କୁ ଟିକା ଦିଆଯିବ। ୨୦ ପ୍ରକାର ରୋଗରେ ଆକ୍ରାନ୍ତ ୪୫ ବର୍ଷରୁ ଅଧିକ ବ୍ୟକ୍ତିଙ୍କୁ ପ୍ରଥମେ  ମିଳିବ ଟିକା। ସମ୍, କିମ୍ସ, କଳିଙ୍ଗ, ବ୍ଲ ହ୍ୱିଲ୍, ଆଦିତ୍ୟ, ଅଶ୍ୱିନୀ, ଆମ୍ରି, ଉତ୍କଳ, ନୀଳାଚଳ, କେୟାର, ହାଇଟେକ୍ ଆଦି ଘରୋଇ ହସ୍ପିଟାଲରେ ଟିକା ଦେବା ପାଇଁ ବିଏମସି ପକ୍ଷରୁ ପ୍ରସ୍ତୁତି କରାଯାଇଛି।

୧୨ଟି ସରକାରୀ ଏବଂ ୧୦ଟି ଘରୋଇ ହସ୍ପିଟାଲରେ ଦିଆଯିବାର ବ୍ୟବସ୍ଥା କରାଯିବ। ସରକାରୀ ହସ୍ପିଟାଲରେ ଟିକା ସଂପୂର୍ଣ୍ଣ ମାଗଣାରେ ଦିଆଯାଉଥିବା ବେଳେ ଘରୋଇ ହସ୍ପିଟାଲରେ ଟିକା ପାଇଁ ସର୍ଭିସ ଚାର୍ଜ ୧୦୦ ଟଙ୍କା ଦେବାକୁ ପଡ଼ିବ। ପ୍ରଥମ ଦିନର ପ୍ରତି କେନ୍ଦ୍ରରେ ୬୦ ଜଣଙ୍କୁ ଟିକା ଦିଆଯିବ। ତେବେ ଟିକା ନେବା ପାଇଁ ଆରୋଗ୍ୟ ସେତୁ ଓ କୋୱିନ ୨.୦ପୋର୍ଟାଲରେ ପ୍ରଥମେ ପଞ୍ଜିକରଣ କରିବାକୁ ପଡ଼ିବ। ପଞ୍ଜିକରଣର ସମୟରରେ ସମସ୍ତ ଡକ୍ୟୁମେଣ୍ଟ୍ ଅପଲୋଡ଼ କରିବାକୁ ପଡ଼ିବ।

Spread the love