July 27, 2024

Satya News

odia news channel

ଭିସୁଟ୍‌ର ୨୫ ଛାତ୍ର କରୋନା ଆକ୍ରାନ୍ତ

 

ସମ୍ବଲପୁର: ବୁର୍ଲା ଭିସୁଟ୍ ‌(Veer Surendra Sai University of Technology)ର ୨୫ ଛାତ୍ର  କରୋନା ଆକ୍ରାନ୍ତ ହୋଇଛନ୍ତି । କାଲି ୨୪ ଜଣ ଆକ୍ରାନ୍ତ ହୋଇଥିବାବେଳେ ଆଜି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

କରୋନା ଆକ୍ରାନ୍ତ ଚିହ୍ନଟ ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ଉପଜିଲ୍ଲାପାଳ, ପିଡି ଡିଆରଡିଏ ହଷ୍ଟେଲରେ ସ୍ଥିତି ସମୀକ୍ଷା କରିଛନ୍ତି। କଣ୍ଟାକ୍ଟ ଟ୍ରେସିଂ ଚାଲିଛି। ଆଉ କେହି ଛାତ୍ର ଯେପରି ସଂକ୍ରମିତ ନ ହୁଅନ୍ତି ସେଥିପାଇଁ ସତର୍କତା ଅବଲମ୍ବନ କରାଯାଇଛି। 

ଦେଶରେ କରୋନ ସଂକ୍ରମଣ ପ୍ରଭାବ ବଢୁଥିବାରୁ ଏହାକୁ ଦୃଷ୍ଟିରେ ରଖି କୋଭିଡ଼ କଟକଣାକୁ କଡ଼ାକଡି କରାଯାଇଛି। ୫ଟି ରାଜ୍ୟ ମହାରାଷ୍ଟ୍ର, କେରଳ, ପଂଜାବ, ମଧ୍ୟପ୍ରଦେଶ ଓ ଛତିଶଗଡରୁ ଆସୁଥିବା ଯାତ୍ରୀମାନଙ୍କ ଉପରେ କଡ଼ା ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ବିମାନବନ୍ଦର ଓ ରେଳ ଷ୍ଟେସନରେ ଏମାନଙ୍କର ଥର୍ମାଲ ସ୍କ୍ରିନିଂ ସହ ରାପିଡ ଆଣ୍ଟିଜେନ କିଟ ପରୀକ୍ଷା କରିବା ଉପରେ ବିଶେଷ ଧ୍ୟାନ ଦିଆଯିବାକୁ ମଧ୍ୟ କୁହାଯାଇଛି। ଏସବୁ ରାଜ୍ୟରୁ ଯେଉଁ ଯାତ୍ରୀମାନଙ୍କ ପାଇଁ  ସପ୍ତାହେ ହୋମ୍ ଆଇସୋଲେସନ ବାଧ୍ୟତା ମୂଳକ କରାଯାଇଛି।

ଏଠି କହିରଖିବୁ, ଆଜି ରାଜ୍ୟରେ ୮୬ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୫୧ ଜଣ କ୍ୱାରେଣ୍ଟିନ ସେଣ୍ଟରରୁ ହୋଇଥିବାବେଳେ ୩୫ ଲୋକାଲ କଣ୍ଟାକ୍ଟ ଥିବା ଜଣାଯାଇଛି।
Spread the love