June 21, 2025

ବିଧାନସଭାରେ ଶ୍ରୀମନ୍ଦିର ପରିକ୍ରମା ସଂକଳ୍ପ ପାରିତ

 

ଭୁବନେଶ୍ୱର: ବିଧାନସଭାରେ ଶ୍ରୀମନ୍ଦିର ପରିକ୍ରମା ସଂକଳ୍ପ ପାରିତ ହୋଇଛି। ବାଚନିକ ଭୋଟରେ ସଂକଳ୍ପ ପାରିତ ନେଇ ବାଚସ୍ପତିଙ୍କ ଘୋଷଣା କରିଛନ୍ତି। ସଂକଳ୍ପ ଆଗତ ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିବୃତି ରଖିଥିଲେ। ପରିକ୍ରମା ଯୋଜନା ପାଇଁ ୩ଟି ବିଷୟରେ ସଂକଳ୍ପ ଆଣିଲେ ମୁଖ୍ୟମନ୍ତ୍ରୀ। ବିଧାନସଭାକୁ ଭର୍ଚୁଆଲରେ ବିବୃତି ଦେବା ସମୟରେ ମୁଖ୍ୟମନ୍ତ୍ରୀ ୩ଟି ବିଷୟକୁ ଗୁରୁତ୍ୱ ଦେଇଛନ୍ତି।

Spread the love