September 15, 2025

ଆସନ୍ତାକାଲି ଠାରୁ ଖୋଲିବ କଟକ ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ

 

କଟକ: ଆସନ୍ତାକାଲି ଠାରୁ କଟକ ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ ଖୋଲିବ। ଏନେଇ ସୂଚନା ଦେଇଛନ୍ତି କଟକ ଜିଲ୍ଲାପାଳ ଭବାନୀଶଙ୍କର ଚୟନି। ସେ କହିଛନ୍ତି, ଆସନ୍ତାକାଲି ଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ମା ଚର୍ଚିକା, ଭଟ୍ଟାରିକା ପୀଠ ଓ ବାବା ଧବଳେଶ୍ବରଙ୍କ ପୀଠ। କୋଭିଡି କଟକଣା ମଧ୍ୟରେ ଏ ସମସ୍ତ ଧର୍ମାନୁଷ୍ଠାନ ଖୋଲିବ। ମନ୍ଦିର ଭିତରେ ସାମାଜିକ ଦୂରତା ବଜାୟ ରଖାଯିବାକୁ ଗୁରୁତ୍ବ ଦିଆଯିବ। ତେବେ କଟକ ମହାନଗରରେ ଥିବା ଧର୍ମାନୁଷ୍ଠାନ ଖୋଲିବା ନେଇ ସିଏମସି ନିଷ୍ପତ୍ତି ନେବ। କଟକ ମହାନଗର ନିଗମ ପକ୍ଷରୁ ବିଭିନ୍ନ ପୂଜାକମିଟି ସହ ଆଲୋଚନା କରାଯିବା ପରେ ଏନେଇ ନିଷ୍ପତ୍ତି ନିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି।

ସୂଚନାଯୋଗ୍ୟ, ପ୍ରାୟ ୩ ମାସରୁ ଅଧିକ ସମୟ ଧରି କଟକ ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ ବନ୍ଦ ଥିଲା।

Spread the love