October 6, 2024

Satya News

odia news channel

ଦେଶର ୧୨୫ କୋଟି ଲୋଙ୍କ ପାଖରେ ଅଛି ଆଧାର କାର୍ଡ

ଘୋଷଣା କଲେ ୟୁଆଇଡିଏଆଇ
ଭେରିଫିକେସନ ପାଇଁ ଦିନକୁ ଆସୁଛି ୩ କୋଟି ଅନୁରୋଧ

ନୂଆଦିଲ୍ଲୀ,୨୭/୧୨: କେନ୍ଦ୍ର ସରକାରଙ୍କ ଆଧାର ପ୍ରକଳ୍ପ ଏକ ମାଇଲଖୁ ଅତିକ୍ରମ କରିଛି । ଦେଶରେ ଆଧାର କାର୍ଡଧାରୀଙ୍କ ସଂଖ୍ୟା ୧୨୫ କୋଟି ଟପିଛି । ଭାରତର ଏକକ ପରିଚୟ କର୍ତ୍ତୃପକ୍ଷ (ୟୁଆଇଡିଏଆଇ) ଏକ ବିବୃତିରେ ଆନୁଷ୍ଠାନିକ ଭାବେ ଏହା ଘୋଷଣା କରିଛନ୍ତି । ଆଧାର କାର୍ଡଧାରୀଙ୍କୁ ଚିହ୍ନଟ କରିବା ଲାଗି ପ୍ରାଥମିକ ଦସ୍ତାବିଜ ଭାବେ ଆଧାରର ବ୍ୟବହାର ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ଏଥିରୁ ପ୍ରମାଣିତ ହେଉଛି ଯେ ଆରମ୍ଭରୁ ନେଇ ବର୍ତ୍ତମାନ ଯାଏ ଆଧାରଭିତ୍ତିକ ପ୍ରାମାଣିକତା ପାଇଁ ଏହାକୁ ୩୭,୦୦୦ କୋଟି ଥର ବ୍ୟବହାର କରାଯାଇଛି । ଏହାର ଅର୍ଥ ଏବେ ଦେଶର ୧୨୫ କୋଟି ଭାରତୀୟଙ୍କ ପାଖରେ ୧୨ ସଂଖ୍ୟା ବିଶିଷ୍ଟ ପରିଚୟପତ୍ର ରହିଛି । ଆଧାର ଜରିଆରେ ଭେରିଫିକେସନ ଲାଗି ୟୁଆଇଡିଏଆଇ ନିକଟକୁ ଦୈନିକ ୩ କୋଟି ଅନୁରୋଧ ଆସୁଛି । ଲୋକେ ଆଧାର ଅପଡେଟ ପାଇଁ ଅଧିକରୁ ଅଧିକ ଆଗ୍ରହ ପ୍ରକାଶ କରୁଛନ୍ତି ଓ ସଚେତନ ମଧ୍ୟ ହେଉଛନ୍ତି । ୟୁଆଇଡିଏଆଇ ବର୍ତ୍ତମାନ ସୁଦ୍ଧା ୩୩୧ କୋଟି ଆଧାର ସଂଶୋଧନ କରିବାରେ ସଫଳ ହୋଇଛି । ବିଜ୍ଞପ୍ତି ଅନୁସାରେ ୟୁଆଇଡିଏଆଇକୁ ଆଧାର ଅପଡେଟ ଲାଗି ଦିନକୁ ୩-୪ ଲକ୍ଷ ଅନୁରୋଧ ଆସୁଛି ।

Spread the love