January 23, 2026

ଆଜିଠୁ ୪ ରାଜ୍ୟରେ କରୋନା ଟିକାକରଣ ମକ୍‌ଡ୍ରିଲ

 

ନୂଆଦିଲ୍ଲୀ: କରୋନା ଭୂତାଣୁ ଟିକାକରଣ ପୂର୍ବରୁ ସୋମବାରଠାରୁ ଏହାର ମକ୍‌ଡ୍ରିଲ ଆରମ୍ଭ ହେବାକୁ ଯାଉଛି। ପଞ୍ଜାବ ସହିତ ୪ଟି ରାଜ୍ୟରେ ଟିକାକରଣ ପାଇଁ ମକ୍‌ଡ୍ରିଲ୍‌ କରାଯିବ। ଏହା ମଙ୍ଗଳବାର ପର୍ଯ୍ୟନ୍ତ ଚାଲିବ। ଏସବୁ ରାଜ୍ୟର ୨ଟି ଲେଖାଏ ଜିଲାରେ ଟିକାକରଣ ପାଇଁ ହୋଇଥିବା ପ୍ରସ୍ତୁତିର ମକ୍‌ଡ୍ରିଲ୍‌ ହେବ। ଏହି ସମୟରେ କାହାକୁ ଟିକା ଦିଆଯିବ ନାହିଁ। କିନ୍ତୁ ଟିକାକରଣର ପ୍ରକ୍ରିୟା ପାଳନ କରାଯିବ।

ଟିକାକରଣ ମକ୍‌ଡ୍ରିଲ ସମ୍ପର୍କରେ ଜିଲା ପ୍ରଶାସନ ପକ୍ଷରୁ କୋଭିନ୍‌ ଆପ୍‌ ଏବଂ ୱେବ୍‌ସାଇଟରେ ଲଗ୍‌-ଇନ୍‌ କରାଯାଇ ସୂଚନା ଦିଆଯିବ। ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ଡିସେମ୍ବର ୨୯ ପର୍ଯ୍ୟନ୍ତ ୨ ଦିନ ପାଇଁ ଏହି ଅଭ୍ୟାସ କାର୍ଯ୍ୟକ୍ରମ ବା ମକ୍‌ଡ୍ରିଲ୍‌ ଚାଲିବ। ଏଥିରେ ସାମାଜିକ ଦୂରତାକୁ ଦୃଷ୍ଟିରେ ରଖି କିପରି ଟିକାକରଣ କରାଯିବ ତାହା ଜାଣିବା ଲାଗି ପ୍ରୟାସ ହେବ। କେନ୍ଦ୍ର ସରକାର ବି ଏହା ଉପରେ ସମ୍ପୂର୍ଣ୍ଣ ଭାବେ ନଜର ରଖିବେ।

Spread the love