ଭୁବନେଶ୍ବର,୧୨/୨: ‘ଷ୍ଟାର୍ ପ୍ଲସ୍’ରେ ପ୍ରସାରିତ ହେଉଥିବା ରିୟଲିଟି କୁକ୍ ସୋ’ ‘ମାଷ୍ଟର୍ ସେଫ୍’ର ସିଜିନ୍-୬ ଫାଇନାଲ୍ ରାଉଣ୍ଡ୍ରେ ପହଞ୍ଚିଛନ୍ତି ଓଡ଼ିଆ ପୁଅ ଅବିନାଶ ନାୟକ। ତାଙ୍କ ସହ କୋଲକାତାର ଝିଅ ଓଣ୍ଡ୍ରିଲା ମଧ୍ୟ ଫାଇନାଲ୍ ରାଉଣ୍ଡ୍କୁ ଯାଇଛନ୍ତି। ୪୦ ଜଣ ପ୍ରତିଯୋଗୀଙ୍କୁ ନେଇ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତାରେ ଅବିନାଶ ଏବେ ଶୀର୍ଷ ପାହାଚରେ ପହଞ୍ଚିଛନ୍ତି। ଫାଇନାଲ୍ ରାଉଣ୍ଡ୍ରେ ପହଞ୍ଚିବା ପରେ ଅବିନାଶ ସେଠାରେ ଓଡ଼ିଶାର ପ୍ରସିଦ୍ଧ ଖାଦ୍ୟ ଖେଚୁଡ଼ି ଓ ମୁଗ-ମାଛ ତରକାରୀ ରୋଷେଇ କରି ବିଚାରକଙ୍କର ମନ ଜିଣିଛନ୍ତି। ପୂର୍ବରୁ ଅନେକ ରୋଷେଇ ପ୍ରତିଯୋଗିତାରେ ଭାଗ ନେଇ ସଫଳ ହୋଇଥିବା ଓଡ଼ିଆ ପୁଅ ଅବିନାଶ ନାୟକ ଶେଷରେ ଜାତୀୟ ଟେଲିଭିଜନ ସଂସ୍ଥା ‘ଷ୍ଟାର୍ ପ୍ଲସ୍’ରେ ପ୍ରସାରିତ ହେଉଥିବା ‘ମାଷ୍ଟର୍ ସେଫ୍’ କାର୍ଯ୍ୟକ୍ରମରେ ଗତ ଡିସେମ୍ବରରେ ଯୋଗ ଦେଇଥିଲେ। ସେ ଇନ୍ଫୋସିସ୍ରେ ଇଞ୍ଜିନିୟର ଭାବେ ଚାକିରି କରିଥିବାବେଳେ ଏହି ପ୍ରତିଯୋଗିତାରେ ଭାଗ ନେଇଥିଲେ। ସେଠାରେ ‘ଚିକେନ୍ ବେସର’ କରି ଉପସ୍ଥିତ ୩ ବିଚାରପତିଙ୍କୁ ତା’ର ସ୍ବାଦ ଚଖାଇ ଚକିତ କରାଇବା ସହ ମାଷ୍ଟର୍ ସେଫ୍-୬ର ଅଡିସନ୍ ରାଉଣ୍ଡ୍ରେ ମନୋନୀତ ହୋଇଥିଲେ।
More Stories
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍
ଓଡ଼ିଶାରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ
ଲୁଟେରାଙ୍କୁ ଧରିବାକୁ କମିଶନରେଟ ପୋଲିସର ଆଣ୍ଟି ବର୍ଗଲାରୀ ସ୍କ୍ୱାର୍ଡ