March 14, 2026

ଆଜି ଭାରତ ବନ୍ଦ: ସକାଳୁ ସକାଳୁ ପିକେଟିଂ, ରାସ୍ତାରୋକ

 

ନୂଆଦିଲ୍ଲୀ/ଭୁବନେଶ୍ୱର: କେନ୍ଦ୍ର ସରକାର ଆଣିଥିବା ଶ୍ରମ ଆଇନ୍‌ ଏବଂ କୃଷି ଓ କୃଷକ ସମ୍ପର୍କିତ ଆଇନ ପ୍ରତ୍ୟାହାର ସହିତ ଅନ୍ୟାନ୍ୟ ଦାବିକୁ ନେଇ ଆଜି ଭାରତ ବନ୍ଦ ଡାକରା ଦିଆଯାଇଛି। ୧୦ଟି ଟ୍ରେଡ୍ ୟୁନିୟନ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି।

ଆଜି ସକାଳ ୬ଟାରୁ ଆସନ୍ତାକାଲି ସକାଳ ୬ ଯାଏ ସାରା ଦେଶରେ ୨୪ ଘଣ୍ଟିଆ ବନ୍ଦ ପାଳନ କରୁଛି ଟ୍ରେଡ୍ ୟୁନିୟନ।  ଗାଡ଼ି ମୋଟର, ଟ୍ରେନ୍, ବସ୍ ଚଳାଚଳ, ଅଫିସ ବନ୍ଦ ରଖିବାକୁ CITU(Centre of Indian Trade Unions) ପକ୍ଷରୁ ଆହ୍ୱାନ ଦିଆଯାଇଛି। ଏହି ଆନ୍ଦୋଳନକୁ ବାମ ଦଳ ସମେତ କଂଗ୍ରେସ ସମର୍ଥନ କରୁଥିବା ବେଳେ ବନ୍ଦ ଡାକରାରେ ଅତ୍ୟାବଶ୍ୟକୀୟ ସେବାକୁ ବାଦ୍ ଦିଆଯାଇଛି।

ଓଡ଼ିଶାର ମଧ୍ୟ ଏହି ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ସକାଳୁ ସକାଳୁ ପିକେଟିଂ କରାଯିବା ସହ ରାସ୍ତାରୋକ କରାଯାଇଛି। ଭୁବନେଶ୍ୱରର ପ୍ରମୁଖ ଛକରେ ଟ୍ରେଡ୍ ୟୁନିୟନ ପକ୍ଷରୁ ରାସ୍ତାରୋକ କରାଯାଇଛି।

Spread the love