April 26, 2025

ରାଜ୍ୟରେ କରୋନାରୁ ସୁସ୍ଥ ହେଲେ ୭୨୮ ଆକ୍ରାନ୍ତ

 

ଭୁବନେଶ୍ୱର: ଦିନକରେ କରୋନାରୁ ସୁସ୍ଥ ହେଲେ ୭୨୮ ଜଣ କରୋନା ରୋଗୀ। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି। ତେବେ ଆଜି ଖୋର୍ଦ୍ଧାରୁ ସର୍ବାଧିକ ୧୦୩ ଜଣ ସୁସ୍ଥ ହୋଇଛନ୍ତି। ଆଜିର ସୁସ୍ଥ ରିପୋର୍ଟକୁ ମିଶାଇଲେ ଆଜି ସୁଦ୍ଧା ୩୦୮୧୦୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଖୋର୍ଦ୍ଧା୧୦୩, ମୟୂରଭଞ୍ଜ ୭୩, ସୁନ୍ଦରଗଡ଼ ୬୭, ନୂଆପଡ଼ା ୪୪, କଟକ ୪୨, ବାଲେଶ୍ୱର ୩୭, ବଲାଙ୍ଗିରି ୩୨, ଜଗତସିଂହପୁର ୩୦, କେନ୍ଦ୍ରାପଡ଼ା ୩୦, ସମ୍ୱଲପୁର ୨୮, ଷ୍ଟେଟ୍‌ ପୁଲ୍‌ରୁ ୨୬, କେନ୍ଦୁଝର ୨୫, ଅନୁଗୋଳ ୨୪, ବରଗଡ଼ ୨୧, ଝାରସୁଗୁଡ଼ା ୧୭, ଯାଜପୁର ୧୪ ଓ କଳାହାଣ୍ଡିରୁ ୧୪ ଜଣ ସୁସ୍ଥ ହୋଇଛନ୍ତି।

Spread the love