
ନୂଆଦିଲ୍ଲୀ : ଭାରତ ଆସୁଛି ଆଉ ୩ଟି ରାଫେଲ ବିମାନ । ଏଗୁଡ଼ିକ ଆଜି ସକାଳେ ଫ୍ରାନ୍ସର ମେରିଗନାଗ ବାୟୁସେନା ଘାଟିରୁ ଉଡ଼ାଣ ଆରମ୍ଭ କରିଛନ୍ତି । ଏଗୁଡ଼ିକ ଆଜି ରାତିରେ ଜାମନଗର ବାୟୁସେନାଘାଟିରେ ଓହ୍ଲାଇବ । ପରେ ଏଗୁଡ଼ିକୁ ଅମ୍ବାଲା ବାୟୁସେନା ଘାଟିକୁ ନିଆଯ଼ିବ । ତେବେ କିଛି ଦିନ ପରେ ଏଗୁଡ଼ିକୁ ପଶ୍ଚିମବଙ୍ଗରେ ଥିବା ହାସିମୋରା ବାୟୁସେନା ଘାଟିରେ ସ୍ଥାଯିଭାବେ ମୁତୟନ କରାଯ଼ିବ । ଭାରତ ଆସିବା ବାଟରେ ଓମାନ ଉପସାଗର ଉପରେ ଉଡ଼ୁଥିବାବେଳେ ଏହି ବିମାନଗୁଡ଼ିକରେ ୟୁଏଇର ବାୟୁସେନାର ପରିବହନ ବିମାନ ଇନ୍ଧନ ଭର୍ତ୍ତି କରିଥିବା ସୂଚନା ମିଳିଛି ।
ଚଳିତ ମାସ ଶେଷ ସୁଦ୍ଧା ଆଉ ୪ଟି ରାଫେଲ ବିମାନ ଭାରତରେ ପହଞ୍ଚିବ । ସେଗୁଡ଼ିକ ଆସିବା ପରେ ଭାରତୀୟ ବାୟୁ ସେନା ପାଖରେ ଥିବା ରାଫେଲ ସଂଖ୍ୟା ୨୦ରେ ପହଞ୍ଚିବ । ତେବେ କରୋନା ମହାମାରୀ ଯ଼ୋଗୁଁ ଏସବୁ ବିମାନକୁ ଭାରତ ଆଣିବାକୁ ବାୟୁସେନା ପାଇଲଟମାନଙ୍କୁ ବେଶ କଷ୍ଟ କରିବାକୁ ପଡ଼ୁଛି । କାରଣ ସେମାନଙ୍କୁ ଫ୍ରାନ୍ସରେ କିଛି ଦିନ ଏକାନ୍ତବାସରେ ରହିବାକୁ ପଡୁଛି ।
ଭାରତ ଓ ଫ୍ରାନ୍ସ ମଧ୍ୟରେ ହୋଇଥିବା ଚୁକ୍ତି ଅନୁସାରେ ଭାରତ ପ୍ରାୟ ୫୯୦୦୦ କୋଟି ବିନିମୟରେ ମୋଟ ୩୬ଟି ରାଫେଲ ବିମାନ କିଣିବ । ଏହି ୩୬ଟି ବିମାନ ଆସନ୍ତା ୨୦୨୨ ସୁଦ୍ଧା ଭାରତରେ ପହଞ୍ଚିଯିବ ।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍