ନୂଆଦିଲ୍ଲୀ : ଭାରତୀୟ ଟେନିସ୍ ଖେଳାଳି ଅଙ୍କିତା ରାଇନା ଦୁବାଇରେ କ୍ୟାଟରିନ୍ ଗୋଗର୍ଦଜେଙ୍କ ସହ ମିଳିତ ଭାବେ ଅଲ ହବଟ୍ଟର ଟ୍ରଫି ଜିତିଛନ୍ତି । ଏହା ହେଉଛି କାଙ୍କର ତୃତୀୟ ଡବଲ୍ସ ଟ୍ରଫି । ଭାରତ ଓ ଜର୍ଜିଆର ଏହି ଦୁଇ ଖେଳାଳି ଶନିବାର ଏକଲକ୍ଷ ଡଲାର ପୁରସ୍କାର ରାଶିର ଏହି ହାର୍ଡକୋର୍ଟ ଟୁର୍ଣ୍ଣାମେଣ୍ଟକୁ ଜିତିନେଇଛନ୍ତି ।
ଉଭୟ ଫାଇନାଲରେ ସ୍ପେନର ବୋଲସୋବା ଜାଦୋଇନୋବ ଓ ସ୍କୋବାକିୟାଙ୍କୁ ୬-୪ ଓ ୩-୬ ଓ ୧୦-୬ ସେଟରେ ପରାସ୍ତ କରିଛନ୍ତି । ଅଙ୍କିତାଙ୍କର ଏହା ହେଉଛି ଚତୁର୍ଥ ଡବଲ୍ସ ଟ୍ରଫି । ଏହାସହ ଚଳିତ କ୍ୟାଲେଣ୍ଡର ବର୍ଷର ସବୁଠାରୁ ବଡ ଗୁରୁତ୍ୱପୂର୍ଣ୍ଣ ବିଜୟ ଅଟେ ।ଏହାପୂର୍ବରୁ ସେ ଯେଉଁ ଟ୍ରଫି ହାସଲ କରିଥିଲେ ତାହା ୨୫ ହଜାର ଡଲାରର ଥିଲା ।
ଚଳିତ ବର୍ଷ ଫେବ୍ରୁଆରୀରେ ଅଙ୍କିତା ତିନୋଟି ଫାଇନାଲରେ ପ୍ରବେଶ କରିଥିଲେ । ଯେଉଁଥିରେ ସେ ବିବିୟାନୋ ସୁଫସଙ୍କ ସହ ଥାଇଲାଣ୍ଡର ନୋଥାବୁରୀରେ ଲଗାତର ବିଜୟୀ ହୋଇଥିଲେ । ଏହାସହ ସେ ଯୋଧପୁରରେ ହମବତନ ସ୍ନେହଲ ମାନେଙ୍କ ସହ ଉପ ବିଜେତା ରହିଥିଲେ ।
More Stories
୨ଟି ରାଜ୍ୟର ଅଧ୍ୟକ୍ଷ ଓ ୬ଟି ରାଜ୍ୟର ପ୍ରଭାରୀ ନିଯୁକ୍ତ କଲା ବିଜେପି
କୌଣସି ପ୍ରସଙ୍ଗରେ ବିଜେପିକୁ ସମର୍ଥନ କରିବା ନାହିଁ ବିଜେଡି
ଜୁନ ୨୫କୁ କଳା ଦିବସ ପାଳନ କରିବ ବିଜେପି