November 14, 2025

୨୮ରେ ଓଡ଼ିଶା ଆସିବେ ଶାହ

ଭୁବନେଶ୍ୱର,୧୬/୨: କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ତଥା ଭାଜପାର ଚାଣକ୍ୟ କୁହାଯାଉଥିବା ଅମିତ ଶାହ ଓଡ଼ିଶା ଆସୁଛନ୍ତି। ସେ ଆସନ୍ତା ୨୮ ତାରିଖରେ ଭୁବନେଶ୍ୱରରେ ପହଞ୍ଚିବେ। ସେହିଦିନ ଅପରାହ୍ଣରେ ‘ନାଗରିକତା ସଂଶୋଧନ ଆଇନ'(ସିଏଏ) ସପକ୍ଷରେ ଜନ ସମାବେଶରେ ସେ ଯୋଗଦେବେ। ପରଦିନ ଅର୍ଥାତ ୨୯ ତାରିଖ ସକାଳେ ସେ ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରିବେ ଏବଂ ପରେ ପୁରୀକୁ ଯାଇ ମହାପ୍ରଭୁଙ୍କ ଆଶୀର୍ବାଦ ନେବେ। ପୁରୀରୁ ପୁଣି ଭୁବନେଶ୍ୱରକୁ ଆସି ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ। ଏ ନେଇ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ସୂଚନା ଦେଇଛନ୍ତି।

Spread the love