March 10, 2026

ଆଇଇଏସ୍‌ ଟପ୍ପର ହେଲେ ଓଡ଼ିଆ ପୁଅ ଅଂଶୁମାନ

ଭୁବନେଶ୍ୱର,୧୨/୧: ଇଣ୍ଡିଆନ୍ ଇକୋନୋମିକ୍‌ ସର୍ଭିସ୍‌(ଆଇଇଏସ୍‌)-୨୦୧୯ର ଟପ୍ପର ହୋଇ ଓଡ଼ିଆ ପୁଅ ଅଂଶୁମାନ କାମିଲା ପରିବାର ସମେତ ରାଜ୍ୟ ପାଇଁ ଗର୍ବ ଆଣିଦେଇଛନ୍ତି। ଏଥିରେ ଯୋଗ୍ୟ ବିବେଚିତ ୩୨ ଜଣଙ୍କ ମଧ୍ୟରେ ସେ ଏକ ନମ୍ବର ସ୍ଥାନ ହାସଲ କରିଛନ୍ତି। ସୂଚନାନୁଯାୟୀ, ପୂର୍ବତନ ଚିଫ୍ ପୋଷ୍ଟମାଷ୍ଟର ଜେନେରାଲ ସନ୍ତୋଷ କାମିଲା ଓ ଜଣାଶୁଣା କଣ୍ଠଶିଳ୍ପୀ ତଥା ଅର୍ଥଶାସ୍ତ୍ର ପ୍ରଫେସର ମିତାଲି ଚିନାରାଙ୍କ ପୁଅ ଅଂଶୁମାନ ଭୁବନେଶ୍ୱରର ଚନ୍ଦ୍ରଶେଖରପୁରସ୍ଥିତ ଡିଏଭିରେ ପଢ଼ା ଶେଷ କରିବା ପରେ ଦିଲ୍ଲୀର ଷ୍ଟିଫେନ୍ କଲେଜ୍‌ରୁ ଅର୍ଥଶାସ୍ତ୍ରରେ ସ୍ନାତକ ହାସଲ କରିଥିଲେ। ଦିଲ୍ଲୀ ସ୍କୁଲ୍ ଅଫ୍ ଇକୋନୋମିକ୍ସରୁ ସ୍ନାତକୋତ୍ତର କରିବା ପରେ ଜେଏନ୍‌ୟୁରେ ଏମ୍‌ଫିଲ୍‌ କରିଥିଲେ। ତେବେ ଟପ୍ପର ହୋଇଥିବା ଖବର ପାଇବା ପରେ ଅଂଶୁମାନ ନିଜର ଖୁସି ଜାହିର କରିବା ସହ ଏହାର ଶ୍ରେୟ ତାଙ୍କ ବାପା-ମା’, ଅଜା, ଗୁରୁଜନ ଓ ସାଙ୍ଗସାଥୀଙ୍କୁ ଦେଇଛନ୍ତି। ତୃତୀୟ ଚେଷ୍ଟାରେ ସେ ଏହି ସଫଳତା ପାଇଛନ୍ତି।

Spread the love