ବରଗଡ଼,୧୧/୧: ଦୀର୍ଘ ୧୧ ଦିନ ଧରି ବରଗଡ ମୁକ୍ତାକାଶ ରଙ୍ଗମଞ୍ଚରେ ଚାଲିଥିବା ଧନୁଯାତ୍ରା ଶେଷ ହେବା ପରେ ମହୋଦଧିରେ ସ୍ନାନ କରି ପାପ ଧୋଇଛନ୍ତି କଂସ ମହାରାଜ। କଂସ ମହାରାଜ ଭୂମିକାରେ ଅଭିନୟ କରିଥିବା ଭୂବନେଶ୍ୱର ପ୍ରଧାନ ମହୋଦଧିରେ ସ୍ନାନ କରି ଶ୍ରୀଜୀଉଙ୍କ ଦର୍ଶନ କରିବା ସହ କ୍ଷମା ପ୍ରାର୍ଥନା କରିଛନ୍ତି। ଏଥିସହ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କଠାରୁ ଆଶୀର୍ବାଦ ମଧ୍ୟ ନେଇଛନ୍ତି। କଂସ ଭୂମିକାରେ ଥିବାବେଳେ ସେ ମହାପ୍ରଭୁଙ୍କ ବିଷୟରେ କଟୁ ଭାଷା ପ୍ରୟୋଗ କରିଥିବାରୁ ଶ୍ରୀଜୀଉଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିବାର ପରମ୍ପରା ରହିଛି। ତେବେ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରାର ଉଦଯାପନୀ ଦିବସରେ କୃଷ୍ଣ ବଳରାମ ମଥୁରା ଭ୍ରମଣ କରିବା ସହ ଶେଷରେ କଂସଙ୍କ ଦରବାରରେ ପହଞ୍ଚିଥିଲେ। ଦରବାରରେ କୁବଳୟା ବଧ, ଅଷ୍ଟମଲ୍ଲ ବଧ ପରେ ଶିବଧନୁ ଭାଙ୍ଗି ଥିଲେ। ଏହାପରେ ମହାପ୍ରଭୁଙ୍କୁ ଦେଖି ମଥୁରା ନରେଶ ମହାରାଜ କଂସଙ୍କର ହୋସ୍ ଉଡିଯାଇଥିଲା। ଶେଷରେ ମଞ୍ଚରୁ ପଡି ମାମୁଁ କଂସଙ୍କର ମୃତ୍ୟୁ ହୋଇଥିଲା। ପରେ ଉଗ୍ରସେନଙ୍କୁ ପୁଣିଥରେ ମଥୁରାର ରାଜା ଭାବେ କୃଷ୍ଣ ବଳରାମ ଅବସ୍ଥାପିତ କରିଥିଲେ।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍