July 27, 2024

Satya News

odia news channel

କେଜରିୱାଲଙ୍କ ଶପଥ ଗ୍ରହଣ ଉତ୍ସବର ସ୍ୱତନ୍ତ୍ର ଅତିଥି ହେବେ ‘ବେବି ମଫଲରମ୍ୟାନ୍‌’

ନୂଆଦିଲ୍ଲୀ,୧୪/୨: ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆମ୍ ଆଦ୍‌ମୀ ପାର୍ଟିର ବିପୁଳ ବିଜୟ ପରେ ଏବେ ଦଳର ନେତା ଅରବିନ୍ଦ କେଜ୍ରିୱାଲଙ୍କ ଶପଥ ଗ୍ରହଣ ଉତ୍ସବ ଉପରେ ଦେଶବାସୀଙ୍କ ନଜର। ଆସନ୍ତା ୧୬ରେ ରାମଲୀଳା ମୈଦାନରେ ତୃତୀୟଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ କେଜ୍ରିୱାଲ। ଏହି ଉତ୍ସବରେ ‘ବେବି ମଫଲରମ୍ୟାନ୍‌’ ସ୍ୱତନ୍ତ୍ର ଅତିଥି ଭାବେ ଯୋଗଦେବେ ବୋଲି ଆପ୍ ପକ୍ଷରୁ ଗୁରୁବାର ଘୋଷଣା କରାଯାଇଛି। ଏହି ବେବି ମଫଲରମ୍ୟାନ୍ ହେଉଛନ୍ତି ଜଣେ ଆପ୍ କର୍ମୀଙ୍କ ଏକବର୍ଷର ପୁଅ ଆଭ୍ୟନ ତୋମାର। ଦିଲ୍ଲୀ ବିଧାନସଭା ନିର୍ବାଚନର ଫଳାଫଳ ଘୋଷଣା ହେବାପରେ ଆପ୍ କର୍ମୀମାନେ ଖୁସି ମନାଇଥିଲାବେଳେ ଏଥିରେ ଆଭ୍ୟନ ସାମିଲ ହୋଇଥିଲେ। ଏହାପରେ ତାଙ୍କୁ କେଜରିୱାଲଙ୍କ ଘରେ ଦେଖିବାକୁ ମିଳିଥିଲା। ସୂଚନାଯୋଗ୍ୟ, ନିର୍ବାଚନ ଦିନ ବେବି ମଫଲରମ୍ୟାନ୍‌ଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥିଲା।

Spread the love