July 27, 2024

Satya News

odia news channel

କେଜ୍ରିୱାଲଙ୍କ ଶପଥ ଗ୍ରହଣ ସମାରୋହ: ଆକର୍ଷଣର କେନ୍ଦ୍ର ପାଲଟିଲେ କୁନି ମଫଲର ମ୍ୟାନ

ନୂଆଦିଲ୍ଲୀ,୧୬/୨: ଆମ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ରବିବାର ତୃତୀୟ ଥର ପାଇଁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଏହି ଶପଥ ଗ୍ରହଣ ସମାରୋହ ଦିଲ୍ଲୀର ରାମଲୀଳା ମୈଦାନରେ ଅନୁଷ୍ଠିତ ହୋଇଛି। ଏହି ସମାରୋହରେ ସମସ୍ତଙ୍କର ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି କୁନି ମଫଲର ମ୍ୟାନ ଆଭ୍ୟାନ ତୋମର। ଦିଲ୍ଲୀ ନିର୍ବାଚନ ଦିନ ଅଭ୍ୟାନଙ୍କୁ କେଜ୍ରିୱାଲଙ୍କ ପୁରୁଣା ଗେଟଅପରେ ଦେଖିବାକୁ ମିଳିଥିଲା। ପରେ ସେ କେଜ୍ରିୱାଲଙ୍କ ଘରକୁ ମଧ୍ୟ ଯାଇଥିଲେ। ସୂଚନାଯୋଗ୍ୟ, ଆଭ୍ୟାନ ଦିଲ୍ଲୀର ମୟୂରବିହାରରେ ରହନ୍ତି। ତାଙ୍କ ବାପା ଆପର ଜଣେ ସମର୍ଥକ ଅଟନ୍ତି। କେଜ୍ରିୱାଲ ଟ୍ୱିଟ କରି କୁନି ମଫଲର ମ୍ୟାନଙ୍କୁ ତାଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗ ଦେବା ପାଇଁ ନିମନ୍ତ୍ରଣ କରିଥିଲେ। ପ୍ରଥମେ ଫେବ୍ରୁଆରୀ ୧୧ ତାରିଖରେ ଆମ୍‌ ଆଦ୍‌ମୀ ପାର୍ଟିର ମୁଖ୍ୟାଳୟ ବାହାରେ ଅରବିନ୍ଦ କେଜ୍ରିଓ୍ଵାଲ୍‌ଙ୍କ ବେଶ ହୋଇଥିବା ଆଭ୍ୟାନଙ୍କ ଚିତ୍ର ପ୍ରଦର୍ଶିତ ହୋଇଥିଲା। ତାଙ୍କ ବୟସ ବର୍ଷେରୁ ସାମାନ୍ୟ ଅଧିକ ହୋଇଥିବାବେଳେ ସେ କେଜ୍ରିଓ୍ଵାଲ୍‌ଙ୍କ ମେରୁନ୍‌ ସୁଇଟର୍‌ ପରି ସୁଇଟର୍‌, ଚଷମା, ‘ଆପ୍‌’ ଟୋପି ଏବଂ ମଫ୍‌ଲର୍‌ ପିନ୍ଧିଥିଲେ। ଏଥିସହ ତାଙ୍କ ମୁହଁରେ କେଜ୍ରିଓ୍ଵାଲ୍‌ଙ୍କ ନିଶ ଅଙ୍କା ଯାଇଥିଲା। ଖୁବ୍‌ଶୀଘ୍ର ତାଙ୍କ ଫଟୋ ଲୋକପ୍ରିୟ ହୋଇଯାଇଥିଲା। ‘ଆପ୍‌’ର ନିମନ୍ତ୍ରଣ କ୍ରମେ ଆଭ୍ୟାନ ଏହି ଶପଥ ଗ୍ରହଣ ଉତ୍ସବକୁ ଆସିଥିଲେ।

Spread the love