
ଖଲ୍ଲିକୋଟ: ବାହାଘର ପୂର୍ବ ଦିନ ବର ଉପରକୁ ଗୁଳିମାଡ଼ କରିଛନ୍ତି ଦୁର୍ବୃତ୍ତ। ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ମାଣିକପୁର ଗାଁରେ ଏହି ଘଟଣା ଘଟିଛି। ଆହତ ଯୁବକ ହେଲେ ଭାଲିଆଝର ଗାଁର ଜିତେନ୍ଦ୍ର ବାରିକ।
ମିଳିଥିବା ସୂଚନା ଅନୁସାରେ, ଆଜି ଜିତେନ୍ଦ୍ରଙ୍କ ବିବାହ ହେବ। ହେଲେ ବିବାହ ପୂର୍ବଦିନ ଅର୍ଥାତ୍ ଗତକାଲି ରାତିରେ ଜିତେନ୍ଦ୍ରଙ୍କ ଉପରକୁ ଦୁର୍ବୃତ୍ତମାନେ ଗୁଳିମାଡ଼ କରିଛନ୍ତି। ଜିତେନ୍ଦ୍ର ସମ୍ପର୍କୀୟଙ୍କ ଘରକୁ ଯାଇଥିବା ବେଳେ କିଛି ଦୁବୃର୍ତ୍ତ ଆସି ତାଙ୍କ ଉପରକୁ ପ୍ରଥମେ ଗୁଳିମାଡ଼ କରିଥିଲେ। ଏହାପରେ ଘଟଣାସ୍ଥଳରେ ବୋମାମାଡ଼ କରି ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିଲେ। ଜିତେନ୍ଦ୍ରଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା।
କିଏ ଓ କାହିଁକି ଜିତେନ୍ଦ୍ରଙ୍କ ଉପରକୁ ଗୁଳିମାଡ କଲା, ତାହାର କାରଣ ଜଣାପଡ଼ି ନାହିଁ। ଘଟଣାସ୍ଥଳରେ ଖଲିକୋଟ୍ ପୋଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍